ନୂଆଦିଲ୍ଲୀ: ଜିଓ, ଏୟାରଟେଲ୍, ଆଇଡିଆ, ଭୋଡାଫୋନ ଏବଂ ବିଏସଏନଏଲ ଭଳି ଟେଲିକମ୍ କମ୍ପାନିମାନଙ୍କୁ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛି ରିଲାଏନ୍ସ କମ୍ୟୁନିକେସନ (ଆରକମ୍) । ଆରକମ୍ ମାତ୍ର ୩୩ ଟଙ୍କାରେ ଡାଟା ପ୍ଲାନ୍ ପ୍ରିପେଡ ବ୍ୟବହାରକାରୀଙ୍କ ପାଇଁ ଶୁଭାରମ୍ଭ କରିଛି। ଏହି ପ୍ଲାନ ଆଧାରରେ ଏକ ଘଣ୍ଟା ପର୍ଯ୍ୟନ୍ତ ଯେକୌଣସି ନେଟୱାର୍କକୁ ଅନଲିମିଟେଡ୍ କଲିଂ ସହିତ ୧ଜିବି ୩ଜି/୪ଜି ଡାଟା ସୁବିଧା ଦିଆଯାଇଛି । ତେବେ ଏହି ପ୍ଲାନର ବୈଧତା ୨ଦିନ ପର୍ଯ୍ୟନ୍ତ ରହିଛି।
ଆରକମ୍ ନିକଟରେ ୧୪୭ ଟଙ୍କା ଏବଂ ୧୯୩ ଟଙ୍କାର ଦୁଇଟି ପ୍ଲାନ ଲଞ୍ଚ କରିସାରିଛି । ଏହି ପ୍ଲାନ ଆଧାରରେ ପ୍ରତିଦିନ ୧ଜିବି ଡାଟା ମିଳିବ । ଯାହାର ବୈଧତା ରହିଛି ୨୮ ଦିନ ଏବଂ ଏହି ପ୍ଲାନକୁ ଦେଶର ସମସ୍ତ ଗ୍ରାହକ ଲାଭ ଉଠାଇ ପାରିବେ । ବର୍ତ୍ତମାନ ଏହି ପ୍ଲାନରେ କଲିଂର ସୁବିଧା ଦିଆଯାଇନାହିଁ । ସେହିପରି ୧୯୩ ଟଙ୍କିଆ ପ୍ଲାନରେ ମଧ୍ୟ ୨୮ ଦିନର ପର୍ଯ୍ୟନ୍ତ ପ୍ରତିଦିନ ୧ଜିବି ଡାଟା ମିଳିବ ଏବଂ ଏହି ପ୍ଲାନ ଆଧାରରେ ପ୍ରତିଦିନ ମିଳିବ ୩୦ ମିନିଟ୍ ଭଏସ କଲିଂର ସବୁିଧା ମିଳିବ।