‘ସେଣ୍ଟ୍ରାଲ୍‌’ରେ ରିସାଇକଲ୍ ଫେସନ୍ ୱିକ୍ ୩୧ ପର୍ଯ୍ୟନ୍ତ

ଭୁବନେଶ୍ବର: ଅଗ୍ରଣୀ ଫେସନ ଷ୍ଟୋର୍‌ ସେଣ୍ଟ୍ରାଲ୍ ପକ୍ଷରୁ ରିସାଇକଲ୍ ଫେସନ୍ ୱିକ୍ ଆରମ୍ଭ କରାଯାଇଛି ଯାହା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ କଂପାନି ‘ଗୁଞ୍ଜ’ ନାମକ ସଂସ୍ଥା ସହିତ ସହବନ୍ଧିତ ହୋଇଛି। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଦରକାର କରୁଥିବା ଲୋକମାନଙ୍କୁ ପୋଷାକ ବିତରଣ କରିବା। ନିଜର ପୁରୁଣା କପଡ଼ା ଓ ପୋଷାକକୁ ଦାନ କରିବା ଲାଗି ସେଣ୍ଟ୍ରାଲ୍‌ ପକ୍ଷରୁ ଗ୍ରାହକମାନଙ୍କୁ ଆହ୍ବାନ ଦିଆଯାଇଛି। ଯେଉଁମାନେ ପୁରୁଣା ପୋଷାକ ଦେବେ ସେଣ୍ଟ୍ରାଲ୍‌ ପକ୍ଷରୁ ସେମାନଙ୍କୁ ୨୫୦ ଟଙ୍କାର ଗିଫ୍‌ଟ ଭାଉଚର୍ ପ୍ରଦାନ କରାଯିବ। ଏହି ଅଭିଯାନରେ ଯେଉଁ ସବୁ ପୋଷାକ ମିଳିବ ତାହାକୁ ପୋଷାକ କିଣିପାରୁନଥିବା ଲୋକମାନଙ୍କୁ ପ୍ରଦାନ କରାଯିବ। ଏ ସମ୍ପର୍କରେ ସେଣ୍ଟ୍ରାଲ୍‌ର ସିଇଓ ବିଷ୍ଣୁ ପ୍ରସାଦ କହିଛନ୍ତି ଯେ, ସାହାଯ୍ୟ ଦରକାର କରୁଥିବା ଲୋକମାନଙ୍କ ସହାୟତା ଲାଗି ଏକ ଉଦ୍ୟମ ହେଉଛି ରିସାଇକଲ୍ ଫେସନ ୱିକ୍। ଦୂରଦୂରାନ୍ତ ପର୍ଯ୍ୟନ୍ତ ଆମର ଏହି ଅଭିଯାନକୁ ପହଞ୍ଚାଇବାରେ ସହଯୋଗ କରୁଥିବାରୁ ଆମେ ‘ଗୁଞ୍ଜ’ ପ୍ରତି କୃତଜ୍ଞ। ସେହିଭଳି ଗୁଞ୍ଜ୍‌ର ପ୍ରତିଷ୍ଠାତା ନିର୍ଦେଶକ ଅଂଶୁ ଗୁପ୍ତା କହିଛନ୍ତି, ସେଣ୍ଟ୍ରାଲ୍ ଜରିଆରେ ଯେଉଁ ପୋଷାକ ସଂଗ୍ରହ ହେବ ତାହା ବିପର୍ଯ୍ୟୟ ଦ୍ବାରା ପ୍ରଭାବିତ ହୋଇଥିବା ଲେକମାନଙ୍କ ପାଖରେ ସମ୍ମାନର ସହିତ ପହଞ୍ଚିବ।

ସମ୍ବନ୍ଧିତ ଖବର