ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଭାରତରେ ଷାଠିଏ ଲକ୍ଷ୍ୟ ଲୋକଙ୍କୁ ଜିଓ ଫୋନ୍ ହ୍ୟାଣ୍ଡସେଟ ଡେଲିଭରି କରିବା ଆରମ୍ଭ କରି ସାରିଲାଣି। କମ୍ପାନି ନିଜର େଓ୍ଵବସାଇଟରେ ଫିଚର ଫୋନ୍ ପାଇଁ କେତେକ ଜରୁରୀ ନିୟମ ସମ୍ପର୍କରେ ସୂଚନା ଦେଇଛି।
ଜିଓ ଫୋନ୍ ଲଞ୍ଚ ସମୟରେ ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଆମ୍ବାନି କହିଥିଲେ, ଗ୍ରାହକଙ୍କୁ ଏହି ଜିଓ ଫୋନ୍ ମାଗଣାରେ ମିଳିବ। କାରଣ ଜିଓଫୋନ୍ କିଣିବା ସମୟରେ ଗ୍ରାହକ ଦେଇଥିବା ୧,୫୦୦ଟଙ୍କା ତିନିବର୍ଷ ମଧ୍ୟରେ ଫେରାଇ ଦିଆଯିବ। କିନ୍ତୁ ବର୍ତ୍ତମାନ ଜାତୀୟ ଗଣମାଧ୍ୟମରେ ଖବର ମିଳିଛି ଯେ , ଏହି ଫୋନ୍ କ୍ରୟ କରିଥିବା ଗ୍ରାହକ ତିନିବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ୧,୫୦୦ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ। କେବଳ ଏତିକି ନୁହେଁ ଯେଉଁ ଗ୍ରାହକ ଫୋନ୍ ଫେରସ୍ତ କରନ୍ତି ତାଙ୍କୁ ୧,୫୦୦ଟଙ୍କା ଦେବାକୁ ପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/jiophone_return_policy_1506449693203.jpg)