ଏଣିକି ଭାରତୀୟ ରେଳରେ ବି ବିମାନ ଭଳି ଟଏଲେଟ ହେବ

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ପାଖାପାଖି ସମସ୍ତ ରେଳଗାଡ଼ିରେ ବାୟୋ ଟଏଲେଟ ଲଗାଇବା ପରେ ଏବେ ସେହି ସ୍ଥାନରେ ‘ଉନ୍ନତ’ ଭେକ୍ୟୁମ ବାୟୋ ଟଏଲେଟ ଲଗାଇବା ଉପରେ ବିଚାର କରାଯାଉଛି। ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କ କହିବାନୁସାରେ, ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ସୁଧାର ଆଣିବାକୁ ଚେଷ୍ଟା କରୁଛି। ଏଣିିକି ଟ୍ରେନ୍‌ରେ ବାୟୋ ଟଏଲେଟ ପରିବର୍ତ୍ତେ ଆଧୁନିକ ଟଏଲେଟ ଲଗାଇବା ପାଇଁ ଯୋଜନା କରାଯାଉଛି। ଆମେ କେତେଟି ଟ୍ରେନ୍‌ରେ ପ୍ରୟୋଗାତ୍ମକ ଭାବେ ଭେକ୍ୟୁମ ବାୟୋ ଟଏଲେଟ ଲଗାଇଛୁ। ପାଖାପାଖି ୫୦୦ଭେକ୍ୟୁମ ବାୟୋ ଟଏଲେଟର ଅର୍ଡର ଦିଆଯାଇଛି। ଏହା ସଫଳ ହେଲାପରେ ରେଳଗାଡ଼ିରେ ଲାଗିଥିବା ପାଖାପାଖି ୨.୫ ଲକ୍ଷ ବାୟୋ ଟଏଲେଟକୁ ପରିବର୍ତ୍ତନ କରାଯାଇ ଭେକ୍ୟୁମ ବାୟୋ ଟଏଲେଟ ଲାଗାଯିବ।

ରେଳ ମନ୍ତ୍ରାଳୟ ଅଧିକାରୀଙ୍କ ମୁତାବକ, ମଇ ୩୧ ପର୍ଯ୍ୟନ୍ତ ୩୭,୪୧୧ ବଗିରେ ୧,୩୬,୯୬୫ ବାୟୋ ଟଏଲେଟ ଲଗାଯାଇଛି। ପ୍ରତ୍ୟେକ ଟଏଲେଟରେ ପାଖାପାଖି ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ୨୦୧୯ରେ ପାଖାପାଖି ୧୮,୭୫୦ ଅନ୍ୟ ବଗିରେ ବାୟୋ ଟଏଲେଟ ଲଗାଇବାର ଯୋଜନା ରହିଛି। ଏପରି ଭାବରେ ଭାରତୀୟ ରେଳବାଇରେ ସମସ୍ତ ବଗିରେ ଏହିଭଳି ଟଏଲେଟ ଲଗାଯିବ ଯେଉଁଥିପାଇଁ ୨୫୦କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ସମ୍ବନ୍ଧିତ ଖବର