ବଜାରକୁ ଆସିଲା ରିୟଲ ମି-୧ ସ୍ମାର୍ଟଫୋନ୍‌ର ଲିମିଟେଡ୍‌ ସିଲଭର ଏଡିସନ୍‌

ନୂଆଦିଲ୍ଲୀ : ଓପୋ ସ୍ମାର୍ଟଫୋନର ସବ୍‌-ବାଣ୍ଡ୍‌ ରିୟଲ ମି ଏହାର ସ୍ମାର୍ଟଫୋନ ରିୟଲ ମି-୧ର ଲିମିଟେଡ୍‌ ଏଡିସନ୍‌ ନୂଆ ମଡ଼େଲ ୨୦୧୮ ଜୁନ୍‌ ୧୮ ତାରିଖଠାରୁ ମୁନ୍‌ ଲାଇଟ୍‌ ସିଲଭର୍‌ ଭ୍ୟାରିଆଣ୍ଟରେ ବଜାରରେ ଉପଲବ୍ଧ ହେବ। ଗତମାସରେ ରିୟଲ ମି-୧ର ଡାଇମଣ୍ଡ ବ୍ଳାକ୍‌ ଏବଂ ସୋଲାର ରେଡ୍‌ର ସ୍ମାର୍ଟଫୋନ୍‌ର ବଜାର ପ୍ରବେଶ ହୋଇଥିଲା। ଏହି ନୂତନ ଭ୍ୟାରିଆଣ୍ଟରେ ୪ଜିବି ରାମ୍‌ ଏବଂ ୬୪ ଜିବି ରମ୍‌ ଥିବାବେଳେ ଏହାର ମୂଲ୍ୟ ୧୦,୯୯୦ ଟଙ୍କା ରହିଛି । ପୂର୍ବରୁ ରିୟଲ ମି-୧ର ୬ ଜିବି ରାମ୍‌ ଏବଂ ୧୨୮ ଜିବି ରମ୍‌ ତଥା ୩ ଜିବି ରାମ୍‌ ଏବଂ ୩୨ ଜିବି ରମ୍‌ ଭ୍ୟାରିଆଣ୍ଟରେ ଉପଲବ୍ଧ ହେଉଥିବାବେଳେ ଏବେ ୪ଜିବି ରାମ୍‌ ଏବଂ ୬୪ ଜିବି ରମ୍‌ ଭ୍ୟାରିଆଣ୍ଟ୍‌ର ବଜାର ପ୍ରବେଶ ହୋଇଛି। ଏହା ମୁନ୍‌ ଲାଇଟ୍‌ ସିଲଭର୍‌,ଡାଇମଣ୍ଡ ବ୍ଳାକ୍‌ ଏବଂ ସୋଲାର ରେଡ୍‌ ରଙ୍ଗରେ ଉପଲବ୍ଧ ହେବ।

ଏହି ଅବସରରେ ରିୟଲ ମିର ମୁଖ୍ୟ କାଯର୍‌ୟନିର୍ବାହୀ ଅଧିକାରୀ ମାଧବ ସେଠ୍‌ କହିଛନ୍ତି ଯେ ରିୟଲ ମି-୧ ଗ୍ରାହକଙ୍କ ମଧ୍ୟରେ ସକାରାତ୍ମକ ପ୍ରତିକ୍ରିୟା ସୃଷ୍ଟି କରିପାରିଛି। ଗତ ଦୁଇ ସେଲ୍‌ରେ ଆମେ ଲକ୍ଷାଧିକ ୟୁନିଟ୍‌ ବିକ୍ରି କରିବାକୁ ସକ୍ଷମ ହୋଇପାରିଛୁ। ଆମାଜନ ଇଣ୍ଡିଆରେ ଆମର ଫୋନ୍‌ ବେଷ୍ଟ ସେଲର ଆଖ୍ୟା ଲାଭ କରିଛି। ନୂଆ ମୁନ୍‌ ଲାଇଟ୍‌ ସିଲଭର୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରିଥିବାରୁ ଆମେ ବେଶ୍‌ ଆନନ୍ଦିତ। ଏହି ନୂଆ ଫୋନ୍‌ ଗ୍ରାହକ ଆଦୃତି ଳାଭ କରିବ ବୋଲି ଆମର ଆଶା ଓ ବିଶ୍ୱାସ ରହିଛି।‘

ରିୟଲ ମି-୧ର ଲିମିଟେଡ୍‌ ଏଡିସନ୍‌ ମୁନ୍‌ ଲାଇଟ୍‌ ସିଲଭର୍‌,ଡାଇମଣ୍ଡ ବ୍ଳାକ୍‌ ଏବଂ ସୋଲାର ରେଡ୍‌ ରଙ୍ଗରେ ଉପଲବ୍ଧ ହେବ। ଏଥିରେ ୪ଜିବି ରାମ୍‌ ଏବଂ ୬୪ ଜିବି ରମ୍‌,ସ୍କିନ୍‌ ବଡି ଅନୁପାତ ୮୫%, ୬ ଇଞ୍ଚ ସ୍କ୍ରିନ୍‌, ଫୁଲ୍‌ ଏଚ୍‌ଡି ପ୍ଲସ୍‌ ୧୦୮୦ ୨୧୬୦ ପିକ୍ସେଲ ରିଜୋଲ୍ୟୁସନ୍‌, ପ୍ରଭାବଶାଳୀ ଆନ୍‌ଟୁଟୁ ସ୍କୋର, ମେଡିଆଟେକ ହେଲିଓ ପି-୬୦ ନ୍ୟୁରୋ ପାଇଲଟ୍‌ ଜ୍ଞାନକୌଶଳ, ଡୁଆଲ୍‌ କୋର୍‌ ଏଆଇ ବୈଶିଷ୍ଟ୍ୟ ରହିଛି। ଏଥିରେ ୩୪୧୦ ଏମଏଏଚ୍‌ ବ୍ୟାଟେରୀ, ଆଇ ବ୍ୟାଟେରୀ ମ୍ୟାନେଜମେଂଟ୍‌, ଏଆଇ ପ୍ରୋସେସର୍‌ ରହିଛି। ଏହା ୨୯୬ ଫେସିଆଲ୍‌ ପଏଣ୍ଟ ୦.୧ ସେକେଣ୍ଡରେ ଚିହ୍ନଟ କରିପାରିଥାଏ। ଏହାର କଲର ଓଏସ୍‌ ୫.୦ ୟୁଆଇ ବେସଡ୍‌ ଏବଂ ଏହା ଆଣ୍ଡ୍ରଏଡ୍‌ ୮.୧ ଦ୍ୱାରା ପରିଚାଳିତ। ଏଥିରେ ଏଲଇଡି ଫ୍ଲାଶ୍‌ ସହିତ ୧୩ ଏମ୍‌ପି ପଛ କ୍ୟାମେରା,୮ ଏମ୍‌ପି ସେଲଫି କ୍ୟାମେରା ତଥା ଏଆର୍‌ ଷ୍ଟ୍ରାଇକର ସୁବିଧା ରହିଛି।

ସମ୍ବନ୍ଧିତ ଖବର