ରିଅଲ୍‌ମିର ନୂଆ ସ୍ମାର୍ଟଫୋନ୍

ଭୁବନେଶ୍ବର: ରିଅଲ୍‌ମି ପକ୍ଷରୁ ଏହାର ପ୍ରଥମ କ୍ବାଡ୍‌ କ୍ୟାମେରା ସ୍ମାର୍ଟଫୋନ୍ ରିଅଲ୍‌ମି ୫ ଓ ରିଅଲ୍‌ମି ୫ ପ୍ରୋର ଶୁଭାରମ୍ଭ କରିଛି। ଉଭୟ ଫୋନରେ ୱାଇଡ୍ ଆଙ୍ଗେଲ୍ ଲେନ୍ସ, ମେନ୍ କ୍ୟାମେରା, ପୋଟ୍ରେଟ୍ ଲେନ୍ସ ଓ ଅଲ୍ଟ୍ରା ମାକ୍ରୋ ଲେନ୍ସ ସହିତ କ୍ବାଡ୍ କ୍ୟାମେରା ସେଟ୍‌ଅପ୍ ରହିଛି। ଚଳିତମାସ ୨୭ ତାରିଖରେ ଏହା ବଜାରକୁ ଆସୁଛି। ରିଅଲ୍‌ମି ୫ ଦୁଇଟି ରଙ୍ଗ କ୍ରିଷ୍ଟାଲ ବ୍ଲୁ ଏବଂ କ୍ରିଷ୍ଟାଲ ପର୍ପଲରେ ମିଳିବାକୁ ଥିବାବେଳେ ରିଅଲ୍‌ମି ୫ ପ୍ରୋ କ୍ରିଷ୍ଟାଲ୍ ଗ୍ରିନ୍ ଏବଂ ସ୍ପାର୍କଲ ବ୍ଲୁ ରଙ୍ଗରେ ଉପଲବ୍ଧ ହେବ। ରିଅଲ୍‌ମି ୫ରେ ୬୬୫ ସ୍ନାପ୍‌ଡ୍ରାଗନ ଏଆଇଇ ପ୍ରୋସେସର୍ ଏବଂ ରିଅଲ୍‌ମି ‌୫ ପ୍ରୋରେ ସ୍ନାପ୍‌ଡ୍ରାଗନ ୭୧୨ ଏଆଇଇ ପ୍ରୋସେସର ରହିଛି। ରିଅଲ୍‌ମି ୫ର ମୂଲ୍ୟ ୯୯୯୯ ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ରିଅଲ୍‌ମି ୫ ପ୍ରୋର ମୂଲ୍ୟ ୧୩,୯୯୯ ଟଙ୍କାରୁ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର