ରିଅଲ୍‌ମି ଆଣିଲା ନୂଆ ୫ଜି ଫୋନ୍

ଭୁବନେଶ୍ବର : ରିଅଲ୍‌ମି ପକ୍ଷରୁ ଏହାର ପ୍ରଥମ ୫ଜି ସ୍ମାର୍ଟଫୋନ୍ ରିଅଲ୍‌ମି ୮ ୫ଜିକୁ ଉନ୍ମୋଚନ କରାଯାଇଛି। ଏଥିରେ ମିଡିଆଟେକ୍ ଡାଇମେନ୍‌ସିଟି ୭୦୦ ୫ଜି ପ୍ରୋସେସର୍ ସହ ଡୁଆଲ ୫ଜି ଡୁଆଲ ଷ୍ଟାଣ୍ଡ୍‌ବାଏ ସୁବିଧା ରହିଛି। ଏଥିିରେ ୬.୫ ଇଞ୍ଚ ଡିସ୍‌ପ୍ଲେ , ୫୦୦୦ ଏମ୍ଏଏଚ୍‌ ବ୍ୟାଟେରି, ସ୍ମାର୍ଟ ୫ଜି ପାୱାର ସେଭିଙ୍ଗ୍ ମୋଡ୍, ୪୮ଏମ୍‌ପି ନାଇଟ୍‌ସ୍କେପ୍ କ୍ୟାମେରା ଓ ୧୬ ଏମ୍‌ପି ଏଆଇ ବିୟୁଟି ସେଲ୍ଫି ସାମ୍ନା କ୍ୟାମେରା ରହିଛି। ଏହି ଫୋନ୍‌ର ୪ଜିବି+୧୨୮ଜିବି ମଡେଲ୍‌ର ଦାମ୍ ୧୪,୯୯୯ ଟଙ୍କା ଓ ୮ଜିବି+୧୨୮ଜିବି ମଡେଲ୍‌ ଦାମ ୧୬,୯୯୯ ଟଙ୍କା ରହିଛି। ଏହାର ବିକ୍ରି ଏପ୍ରିଲ ୨୮ ଦିନ ୧୨ଟାରୁ ଫ୍ଲିପ୍‌କାର୍ଟ, ରିଅଲ୍ଡ‌ମି ଡଟ୍ କମ୍ ଓ ପ୍ରମୁଖ ଷ୍ଟୋରଗୁଡ଼ିକରେ ଆରମ୍ଭ ହେବ।

ସମ୍ବନ୍ଧିତ ଖବର