ମାତ୍ର ୩୦ ମିନିଟରେ ୧ ଲକ୍ଷ ବିକ୍ରିହେଲା ଏହି ନୂଆ ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଓପୋ ସ୍ମାର୍ଟଫୋନର ସବ୍‌-ବାଣ୍ଡ୍‌ ରିୟଲ ମି ଏହାର ସ୍ମାର୍ଟଫୋନ ରିୟଲ ମି-୧ର ଦ୍ୱିତୀୟ ସେଲ୍‌ରେବେଶ୍‌ ସଫଳତା ହାସଲ କରିଛି। ମାତ୍ର ୩୦ ମିନିଟ୍‌ରେ ୧ ଲକ୍ଷ ସ୍ମାର୍ଟଫୋନ୍‌ ବିକ୍ରି ହୋଇଛି। ଏହାର ପ୍ରଥମ ସେଲ୍‌ରେ ପ୍ରତି ସେକେଣ୍ଡରେ ୧୧ ହଜାର ସ୍ମାର୍ଟଫୋନ ବିକ୍ରି ହୋଇଥିଲା। ଏବଂ ୨ ମିନିଟ୍‌ ମଧ୍ୟରେ ସେଲ୍‌ ଶେଷ ହୋଇଥିଲା। ରିୟଲ ମି-୧୬ ଜିବି ରାମ୍‌ ଏବଂ ୧୨୮ ଜିବି ରମ୍‌ ତଥା 3 ଜିବି ରାମ୍‌ ଏବଂ ୩୨ ଜିବି ରମ୍‌ ଭ୍ୟାରିଆଣ୍ଟରେ ଉପଲବ୍ଧ ହେଉଛି। ଏହି ଦୁଇ ଭ୍ୟାରିଆଣ୍ଟର ମୂଲ୍ୟ ଯଥାକ୍ରମେ ୧୩,୯୯୦ ଟଙ୍କା ଏବଂ ୮,୯୯୦ ଟଙ୍କା ରହିଛି। ଏହା ସହିତ ଆଣ୍ଡ୍ରଏଡ୍‌ ପି ମୋବାଇଲ୍‌ ସିଷ୍ଟମ୍‌ ଉପଲବ୍ଧ ହେଉଛି। ଏହି ଦୁଇ ସେଲ୍‌ରେ ରିୟଲ ମି-୧ର ୪ଟି ମଡେଲ୍‌ ବିକ୍ରି ହୋଇଛି। ଏହା ସହିତ କମ୍ପାନୀ ବଜାରରେ ୪ଟି ଶ୍ରେଷ୍ଠ ସ୍ମାର୍ଟଫୋନ୍‌ ମଧ୍ୟରେ ରହିବା ସହିତ ଆମାଜନ ବେଷ୍ଟ ସେଲରରେ ରହିଛି। ରିୟଲ ମି-୧ରେ ଅନନ୍ୟ ଡାଇମଣ୍ଡ ବ୍ଲାକ୍‌ ଡିଜାଇନିଂ ସହିତ ଥ୍ରୀ ଡାଇମେନସନାଲ ସାଫେର ଡିଜାଇନିଂ ରହିଛି। ଏହାର ୬ ଜିବି ରାମ୍‌ ଏକାଦିକ୍ରମେ ୨୦ ଆପ୍‌ସ ଚଳାଇବାକୁ ସକ୍ଷମ ହେବ। ଏହାର ୧୨୮ ଜିବି ରମ୍‌ ଅଧିକ ଷ୍ଟୋରେଜ କରିପାରିବ। ଏଥିରେ ମେଡିଆଟେକ୍‌ ହେଲିଓ ପି ୬୦ ନ୍ୟୁରୋ ପାଇଲଟ୍‌ ଏଆଇ ଟେକ୍ନୋଲୋଜି ରହିଛି। ଯାହାକି ଫଟୋଗ୍ରାଫି ପାଇଁ ଉପଯୋଗୀ ହେବ। ଏଥିରେ ୧୨ ଏନଏମ୍‌ ଫିନ୍‌ ଫିଟ୍‌ ଜ୍ଞାନକୌଶଳ ସହିତ ମେଡିଆଟେକ୍‌ ହେଲିଓ ପି ୬୦ ନ୍ୟୁରୋ ପାଇଲଟ୍‌ ଏଆଇ ଟେକ୍ନୋଲୋଜି ରହିଛି। ସେହିପରି ଏହାର ପାୱାର ଏଫିସିଏନ୍ସସି ୨୫% ଅଧିକ ରହିଛି। ଏଥିରେ ୩୪୧୦ ଏମଏଏଚ୍‌ ବ୍ୟାଟେରୀ, ଆଇ ବ୍ୟାଟେରୀ ମ୍ୟାନେଜମେଣ୍ଟ୍‌, ଏଆଇ ପ୍ରୋସେସର୍‌ ରହିଛି। ରିୟଲ ମି-୧ରେ ସ୍କିନ୍‌ ବଡି ଅନୁପାତ ୮୫୫ ରହିଛି ।

ସମ୍ବନ୍ଧିତ ଖବର