ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ପାଖରେ ଯେଉଁ ବଳକା ପାଣ୍ଠି ରହିଛି ତାହାକୁ ସରକାର ଏତେଶୀଘ୍ର ପାଇବେ ନାହିଁ। ମାତ୍ର ଲାଭାଂଶ ବାବଦରେ ୨୮ ହଜାର କୋଟି ଟଙ୍କା ଶୀଘ୍ର ପାଇବେ। ରିଜର୍ଭ ବ୍ୟାଙ୍କର ଅଡିଟ୍ କମିଟି ଆକଳନ ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ୨୮ ହଜାର କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିବ। ଚଳିତ ମାସ ୧୮ ତାରିଖରେ ହେବାକୁ ଥିବା ବୋର୍ଡ ବୈଠକରେ ଏବିଷୟରେ ଘୋଷଣା କରାଯିବ।
ରିଜର୍ଭ ବ୍ୟାଙ୍କ ପାଖରେ ବଳକା ଟଙ୍କାର ଏକ ଭଣ୍ଡାର ରହିଛି। ପ୍ରତିବର୍ଷ ସେଥିରେ କୋଟି କୋଟି ଟଙ୍କା ଯୋଡ଼ି ହେଉଛି। ସେହି ଭଣ୍ଡାରର କିଛି ଅଂଶ ଦେବାକୁ ରିଜର୍ଭ ବ୍ୟାଙ୍କ ଉପରେ ସରକାର ଚାପ ପକାଉଛନ୍ତି। ସରକାରଙ୍କ ଯୁକ୍ତି ହେଉଛି ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ଆବଶ୍ୟକତା ଠାରୁ ଅଧିକ ଟଙ୍କା ରହିଛି। ଅନ୍ୟ ଦେଶଗୁଡ଼ିକ ତୁଳନାରେ ଏହା ପାଖରେ ବହୁତ ଅଧିକ ଟଙ୍କା ଅଛି। ଭଣ୍ଡାରରେ ଥିବା ବଳକା ଟଙ୍କାକୁ ଯଦି ସରକାରଙ୍କୁ ପ୍ରଦାନ କରାଯିବ ତେବେ ତାହାକୁ ଜନ କଲ୍ୟାଣମୂଳକ କାମରେ ବ୍ୟବହାର କରାଯାଇପାରିବ। ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ କେତେ ଟଙ୍କା ରହିବା ଦରକାର ତାହା ଆକଳନ କରିବା ପାଇଁ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ବିମଳ ଜାଲାନ୍ଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି। ଚଳିତ ବର୍ଷ ମାର୍ଚ ୩୧ ସୁଦ୍ଧା କମିଟି ଏହାର ରିପୋର୍ଟ ପ୍ରଦାନ କରିବ।
ଉଲ୍ଲେଖଯୋଗ୍ୟ, ରିଜର୍ଭ ବ୍ୟାଙ୍କର ଭଣ୍ଡାରରେ ଅତିରିକ୍ତ ୨୭,୩୮୦ କୋଟି ଟଙ୍କା ରହିଛି। ସେହି ଟଙ୍କା ହସ୍ତାନ୍ତର କରିବାକୁ ରିଜର୍ଭ ବ୍ୟାଙ୍କକୁ ସରକାର କହିଥିଲେ। ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ଥିବା ପାଣ୍ଠି ଉପରେ ସରକାର ନଜର ପକାଇବା ପରେ ଉଭୟ ପକ୍ଷ ଭିତରେ ଥିବା ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲ୍ଙ୍କ ଇସ୍ତଫାର ଏହା ଅନ୍ୟତମ କାରଣ ଥିଲା। ତାଙ୍କ ସ୍ଥାନରେ ଶକ୍ତିକାନ୍ତ ଦାସଙ୍କୁ ନିଯୁକ୍ତ କରାଯିବା ପରେ ଭଣ୍ଡାରରେ ଥିବା ବଳକା ପାଣ୍ଠି ଶୀଘ୍ର ସରକାରଙ୍କୁ ମିଳିଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ, ଏପର୍ଯ୍ୟନ୍ତ ସେଦିଗରେ କୌଣସି ଆଖିଦୃଶିଆ ଅଗ୍ରଗତି ହୋଇନାହିଁ।
ପାଣ୍ଠି ଦେବାକୁ ମନା କଲା ରିଜର୍ଭ ବ୍ୟାଙ୍କ
ସରକାରଙ୍କୁ ୨୮ ହଜାର କୋଟିର ଲାଭାଂଶ ଦେବ ରିଜର୍ଭ ବ୍ୟାଙ୍କ
/sambad/media/post_attachments/wp-content/uploads/2019/02/rbi-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)