ଭି-ଗାର୍ଡ ସହାୟତାରେ ସ୍କୁଲ ଗୃହ ପୁନଃନିର୍ମାଣ

ଭୁବନେଶ୍ବର: ଗତବର୍ଷ ସାମୁଦ୍ରିକ ବାତ୍ୟା ଫନି ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଫୁଲନଖରାର ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟର କୋଠାକୁ ଭି-ଗାର୍ଡ ପକ୍ଷରୁ ପୁନଃନିର୍ମାଣ କରାଯାଇଛି। କଂପାନି ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ବାବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ୱାର୍ଲଡ ଭିଜନ ଇଣ୍ଡିଆ ସହ‌ଯୋଗିତାରେ ତିନିଟ ସ୍କୁଲ କୋଠା ନିର୍ମାଣ କରାଯାଇଛି। ପୁନଃନିର୍ମିତି କୋଠାର ଉଦଘାଟନ ଅବସରରେ କଂପାନିର ଶାଖା ମୁଖ୍ୟ-ଭୁବନେଶ୍ବର ସୁମନ୍ତ କୁମାର ପ୍ରଧାନ, ଭୁବନେଶ୍ବର ବିଇଓ ଡକ୍ଟର ସନ୍ତୋଷ କୁମାର ରାଉତ, ପୂର୍ବତନ ବିଇଓ ସସ୍ମିତା ମାଲି ଓ ୱାର୍ଲଡ ଭିଜନ ଇଣ୍ଡିଆର ଆସୋସିଏଟ ଡାଇରେକ୍ଟର ମାର୍ସେଇବର ଏସ୍‌ ଲିଙ୍ଗଡୋ ଓ ସ୍କୁଲର ଅଧ୍ୟାପଦନା ମଣ୍ଡଳୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର