ମୁମ୍ବାଇ: ଦେଶର ଅଗ୍ରଣୀ ଜୀବନ ବୀମା କଂପାନି ଏଲ୍ଆଇସି ୨୦୨୦-୨୧ ଆର୍ଥିକ ବର୍ଷରେ ଜବରଦସ୍ତ ବ୍ୟାବସାୟିକ ସଫଳତା ହାସଲ କରିଛି। ଏହି ବର୍ଷ କଂପାନି ୧.୮୪ ଲକ୍ଷ କୋଟି ଟଙ୍କାର ନୂଆ ପ୍ରିମିୟମ୍ ସଂଗ୍ରହ କରିଛି। ବ୍ୟକ୍ତିଗତ ଆସ୍ୟୁରାନ୍ସ ବ୍ୟବସାୟରୁ କଂପାନି ୧୦.୧୧% ବୃଦ୍ଧି ସହ ୫୬,୪୦୬ କୋଟି ଟଙ୍କାର ପ୍ରଥମ ବର୍ଷ ପ୍ରିମିୟମ୍ ଆୟ କରିଛି। ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ପଲିସି ସଂଖ୍ୟାରେ କଂପାନିର ବଜାର ଅଂଶ ୮୧.୦୪%କୁ ବୃଦ୍ଧି ପାଇଛି ଯାହା ବର୍ଷକ ପୂର୍ବରୁ ୭୪.୫୮% ଥିଲା। ପ୍ରଥମ ବର୍ଷ ପ୍ରିମିୟମ୍ରେ ବଜାର ଅଂଶ ୨୦୨୦-୨୧ରେ ୬୬.୧୮%କୁ ବୃଦ୍ଧି ପାଇଛି।
ଏଲ୍ଆଇସିର ପେନ୍ସନ୍ ଓ ଗ୍ରୁପ୍ ସ୍କିମ୍ ଶାଖା ୧,୨୭,୭୬୮ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ କରି ରେକର୍ଡ କରିଛି। ଆଲୋଚ୍ୟ ଆର୍ଥିକ ବର୍ଷରେ କଂପାନି ୩,୪୫,୪୬୯ ଏଜେଣ୍ଟ୍ଙ୍କୁ ଯୋଡ଼ିବା ସମୟରେ କଂପାନିର ମୋଟ ଏଜେଣ୍ଟ୍ ସଂଖ୍ୟା ୧୩,୫୩,୮୦୮ରେ ପହଞ୍ଚିଛି। ଏଲ୍ଆଇସିର ବିଆଣ୍ଡ୍ଏସି ଚ୍ୟାନେଲ୍ ୧୮୬୨.୭୩ କୋଟି ଟଙ୍କାର ପ୍ରିମିୟମ୍ ସଂଗ୍ରହ କରିଛି। କଂପାନି ଏହାର ଦୁଇଟି ଉତ୍ପାଦ ଏସ୍ଆଇଆଇପି ଓ ନିବେଶ ପ୍ଲସ୍ ଜରିଆରେ ୟୁଲିପ୍ କ୍ଷେତ୍ରରେ ୮୦୦ କୋଟି ଟଙ୍କାର ପ୍ରିମିୟମ୍ ହାସଲ କରିଛି। ଆଲୋଚ୍ୟ ବର୍ଷରେ କଂପାନି ପଲିସିଧାରକଙ୍କ ୧.୩୪ ଲକ୍ଷ କୋଟି ଟଙ୍କାର ଦାବି ସମାଧାନ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/lic.jpg)