ମୁମ୍ବାଇ : ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ପେନ୍ସନ୍ ଓ ଗ୍ରୁପ୍ ସ୍କିମ୍ ବିଭାଗ ଚଳିତ ଆର୍ଥିକ ବର୍ଷର ପ୍ରଥମ ୧୦ ମାସରେ ରେକର୍ଡ ପ୍ରରିମାଣର ପ୍ରିମିୟମ୍ ସଂଗ୍ରହ କରିଛି। ଗ୍ରୁପ୍ ସ୍କିମ୍ର ଗ୍ରହଣୀୟତା ବୃଦ୍ଧି ପାଇଥିବାରୁ କଂପାନିର ଏହି ବିଭାଗ ଅଧିକ ପ୍ରିମିୟମ୍ ହାସଲ କରିଛି। ଏହି ସମୟରେ କଂପାନି ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ପ୍ରିମିୟମ୍ ସଂଗ୍ରହ କରିଛି। ପ୍ରଥମ ଥର ପାଇଁ କୌଣସି ବୀମା କଂପାନିର ଗୋଟିଏ ବିଭାଗ ପ୍ରିମିୟମ୍ ଆଦାୟରେ କ୍ରମାଗତ ଦ୍ବିତୀୟ ବର୍ଷ ଲାଗି ଏଭଳି ରେକର୍ଡ କରିଛି। ଏହି ବିଭାଗ ଅଧୀନରେ ନୂଆ ବ୍ୟବସାୟ ପ୍ରିମିୟମ୍ର ପ୍ରାୟ ୮୦% ବଜାର ଅଂଶ ରହିଛି। ଏଲ୍ଆଇସିର ଏହି ବିଭାଗ ପ୍ରାୟ ୮୦ ହଜାର ଗ୍ରାଚୁଇଟି ଓ ଅନ୍ୟାନ୍ୟ ସ୍କିମ୍ ଜରିଆରେ ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପାଣ୍ଠି ପରିଚାଳନା କରୁଛି।
ଗ୍ରୁପ୍ ସ୍କିମ୍ରେ ଏଲ୍ଆଇସିର ପ୍ରିମିୟମ୍ ସଂଗ୍ରହରେ ରେକର୍ଡ
/sambad/media/post_attachments/wp-content/uploads/2021/02/lic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)