ନୂଆଦିଲ୍ଲୀ : ୨୦୨୧-୨୨ ଆର୍ଥିକ ବର୍ଷରେ ଆୟକର ବିଭାଗ ଓଡିଶାରୁ ସର୍ବକାଳୀନ ରେକର୍ଡ କର ସଂଗ୍ରହ କରିଛି । ନେଟ ପ୍ରତେକ୍ଷ କର ୧୪,୦୯,୬୪୦.୮୩ କୋଟି ଆଦାୟ ହୋଇଛି। ପୂର୍ବ ବର୍ଷ ତୁଳନାରେ ୪୯.୦୨ ପ୍ରତିଶତ ଅଭିବୃଦ୍ଧି ହୋଇଛି । ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ୧୬,୩୪,୪୫୪.୯୫ ମୋଟ୍ ପ୍ରତ୍ୟକ୍ଷ କର ସଂଗ୍ରହ ହୋଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ରିଫର୍ମ ପରିମାଣ ହେଉଛି ୨,୨୪,୮୧୪. ୧୨ କୋଟି ଟଙ୍କା । ୨୦୨୧ -୨୨ ପାଇଁ ବିଭାଗର ନୂଆ ଇ -ଫାଇଲିଙ୍ଗ ପୋର୍ଟାଲରେ ୭.୧୪ କୋଟିରୁ ଅଧିକ ଆୟକର ରିଟର୍ନ ଭରାଯାଇଛି ।
ଆର୍ଥିକ ବର୍ଷ ୨୦୨୧ -୨୨ ପାଇଁ ନିର୍ଦ୍ଧାରିତ ୧୪ ହଜାର କୋଟି ଟଙ୍କାର ବଜେଟ ସଂଗ୍ରହ କରିବାକୁ ଲକ୍ଷ୍ୟ କରାଯାଇଥିବାବେଳେ ୧୫,୪୮୧ କୋଟି ଟଙ୍କାର ବଜେଟ ସଂଗ୍ରହ କରାଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ୬,୫୯୪ କୋଟି ଟଙ୍କା ଟିସିଏସ ସଂଗ୍ରହ କରାଯାଇଛି। ୨୦୨୦-୨୧ ତୁଳନାରେ ଏହା ୩୬.୦୯ ପ୍ରତିଶତ । ଓଡ଼ିଶାରେ ପ୍ରତ୍ୟକ୍ଷ କର ସଂଗ୍ରହ ମୁଖ୍ୟତ ଖଣି କ୍ଷେତ୍ରରୁ ଆସୁଛି , ଯାହା ମୋଟ ରାଜସ୍ବର ୫୩ ପ୍ରତିଶତ ,ଏହାସହ ବନ୍ଦର ବ୍ୟବସାୟରୁ ୨୨% କର ଆଦାୟ କରାଯାଉଛି ବୋଲି ଆୟକର ବିଭାଗ ସୂଚନା ଦେଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/income-tax-return-cover_11.jpg)