୨୦୨୧-୨୨ରେ ଓଡ଼ିଶାରୁ ରେକର୍ଡ ଆୟକର ସଂଗ୍ରହ

 

ନୂଆଦିଲ୍ଲୀ : ୨୦୨୧-୨୨ ଆର୍ଥିକ ବର୍ଷରେ ଆୟକର  ବିଭାଗ ଓଡିଶାରୁ ସର୍ବକାଳୀନ ରେକର୍ଡ କର ସଂଗ୍ରହ କରିଛି ।  ନେଟ ପ୍ରତେକ୍ଷ କର ୧୪,୦୯,୬୪୦.୮୩ କୋଟି  ଆଦାୟ ହୋଇଛି। ପୂର୍ବ ବର୍ଷ ତୁଳନାରେ ୪୯.୦୨ ପ୍ରତିଶତ ଅଭିବୃଦ୍ଧି ହୋଇଛି ।  ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ୧୬,୩୪,୪୫୪.୯୫ ମୋଟ୍ ପ୍ରତ୍ୟକ୍ଷ କର ସଂଗ୍ରହ ହୋଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ରିଫର୍ମ ପରିମାଣ ହେଉଛି ୨,୨୪,୮୧୪. ୧୨ କୋଟି ଟଙ୍କା ।  ୨୦୨୧ -୨୨ ପାଇଁ ବିଭାଗର ନୂଆ ଇ -ଫାଇଲିଙ୍ଗ ପୋର୍ଟାଲରେ ୭.୧୪ କୋଟିରୁ ଅଧିକ ଆୟକର ରିଟର୍ନ ଭରାଯାଇଛି ।

ଆର୍ଥିକ ବର୍ଷ ୨୦୨୧ -୨୨ ପାଇଁ ନିର୍ଦ୍ଧାରିତ ୧୪ ହଜାର କୋଟି ଟଙ୍କାର ବଜେଟ ସଂଗ୍ରହ କରିବାକୁ ଲକ୍ଷ୍ୟ କରାଯାଇଥିବାବେଳେ ୧୫,୪୮୧ କୋଟି ଟଙ୍କାର ବଜେଟ ସଂଗ୍ରହ କରାଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ୬,୫୯୪ କୋଟି ଟଙ୍କା ଟିସିଏସ ସଂଗ୍ରହ କରାଯାଇଛି। ୨୦୨୦-୨୧  ତୁଳନାରେ ଏହା ୩୬.୦୯ ପ୍ରତିଶତ । ଓଡ଼ିଶାରେ ପ୍ରତ୍ୟକ୍ଷ କର ସଂଗ୍ରହ ମୁଖ୍ୟତ ଖଣି କ୍ଷେତ୍ରରୁ ଆସୁଛି , ଯାହା ମୋଟ ରାଜସ୍ବର ୫୩ ପ୍ରତିଶତ ,ଏହାସହ ବନ୍ଦର ବ୍ୟବସାୟରୁ ୨୨% କର ଆଦାୟ କରାଯାଉଛି ବୋଲି ଆୟକର ବିଭାଗ ସୂଚନା ଦେଇଛି ।

 

ସମ୍ବନ୍ଧିତ ଖବର