ନୂଆଦିଲ୍ଲୀ: ଗ୍ରାଜୁଏସନ୍ ଶେଷକରି ବ୍ୟାଙ୍କ ଚାକିରିର ଆଶା ରଖିଥିବା ପ୍ରାର୍ଥୀମାନଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ ଅଫ୍ ଇଣ୍ଡିଆ ୪୦୦ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ତେବେ ଯେଉଁ ପ୍ରାର୍ଥୀମାନେ ଉକ୍ତ ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଅଛନ୍ତି ସେମାନେ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ପ୍ରତିଷ୍ଠାନରୁ ସ୍ନାତକ ହାସଲ କରିଥିବା ବାଧ୍ୟତାମୂଳକ ରହିଛି।ଯେକୌଣସି ବିଷୟରେ ସ୍ନାତକ ହାସଲ କରିଥିବା ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରି ପାରିବେ। ଏହି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୦ ବର୍ଷ ଏବଂ ସର୍ବାଧିକ ବୟସ ୨୮ ବର୍ଷ ଧାର୍ଯ୍ୟ କରାଯାଇଛି। ସରକାରୀ ନିୟମ ଅନୁଯାୟୀ ଏସସି, ଏସଟି, ଓବିସି ଏବଂ ଅନ୍ୟାନ୍ୟ ବର୍ଗ ପାଇଁ ବୟସ ଛାଡ଼ ରହିଛି। ବୟସ ଗଣନା ୨୦୨୫ରୁ ଡିସେମ୍ବର ୧ ତାରିଖ ମଧ୍ୟରେ ଗଣନା କରାଯିବ।

Advertisment

ଅଧିକପଢ଼ନ୍ତୁ:ବାଂଲାଦେଶୀ କ୍ରିକେଟର କିଣି ବିବାଦରେ କେ‌କେଆର ମାଲିକ ଶାହରୁଖ ଖାନ୍

ଭଲ ପ୍ରଦର୍ଶନ କରିଥିବା ପ୍ରାର୍ଥୀମାନଙ୍କୁ ଯୋଗ୍ୟତା ଆଧାରରେ ଚୟନ କରାଯିବ

ଜେନେରାଲ, ଓବିସି ଏବଂ ଇଡବ୍ଲୁଏସ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ୮୦୦ଟଙ୍କା ରହିଛି। ଏସସି ଏବଂ ଏସଟି ବର୍ଗର ପ୍ରାର୍ଥୀମାନଙ୍କୁ ୬୦୦ଟଙ୍କାର ଫି ଦେବାକୁ ପଡ଼ିବ। ସମସ୍ତ ବର୍ଗର ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ମଧ୍ୟ ୬୦୦ଟଙ୍କା ଧାର୍ଯ୍ୟ କରଯାଇଛି। ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ଫି ୪୦୦ଟଙ୍କା ରହିଛି। ଫିସ୍ ଅନଲାଇନ ମାଧ୍ୟମରେ ପୈଠ ହେବ।ପ୍ରାର୍ଥୀମାନଙ୍କୁ ଅନଲାଇନ୍ ପରୀକ୍ଷା ଆଧାରରେ ଚୟନ କରାଯିବ। ଆବଶ୍ୟକ ହେଲେ ଏକ ସ୍ଥାନୀୟ ଭାଷାର ପରୀକ୍ଷା କରାଯିବ। ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ପ୍ରାର୍ଥୀମାନଙ୍କୁ ଯୋଗ୍ୟତା ଆଧାରରେ ଚୟନ କରାଯିବ।

ମନୋନୀତ ପ୍ରାର୍ଥୀମାନଙ୍କୁ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଏକ ବର୍ଷର ତାଲିମ ଦିଆଯିବ। ଏହି ସମୟ ମଧ୍ୟରେ ପ୍ରାର୍ଥୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ମାସିକ ଷ୍ଟାଇପେଣ୍ଡ ମିଳିବ। ଏହି ତାଲିମକୁ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଭବିଷ୍ୟତର ନିଯୁକ୍ତି ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଉଛି। ପ୍ରାର୍ଥୀମାନଙ୍କୁ ୧୩୦୦୦ଟଙ୍କାର ମାସିକ ଷ୍ଟାଇପେଣ୍ଡ ମଧ୍ୟ ମିଳିବ।ସରକାରୀ ପୋର୍ଟାଲ୍ bfsissc.com/boi.phpକୁ ଯାଇ ପ୍ରାର୍ଥୀମାନେ ସେମାନଙ୍କ ଆବେଦନ ଫର୍ମ ପୁରଣ କରିପାରି‌ବେ। 

ଅଧିକପଢ଼ନ୍ତୁ:ଲୋକେ କହିଲେ ଆମେ ବିଶ୍ବାସ କରୁଛୁ; EVM ଉପ‌ରେ ପ୍ରଶ୍ନ ଉଠାଇଥିବା ରାହୁଲଙ୍କୁ ମିଳିଲା କଡ଼ା ଜବାବ