ଭୁବନେଶ୍ବର: ଜାତୀୟ ସୁରକ୍ଷା ଦିବସ ପାଳନ ପରିପ୍ରେକ୍ଷୀରେ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଏହାର ଝାରସୁଗୁଡ଼ା ବିଶୋଧନାଗାରେ ନିରାପତ୍ତା କାର୍ଯ୍ୟରେ କିନ୍ନରଙ୍କୁ ନିଯୁକ୍ତ କରାଯାଇଛି। ଅରୁଣିତା ପୟାସିଂହ, ଅରୋହି ଶର୍ମା, ସନ୍ଧ୍ୟା ଯାଦବ, ସିଦ୍ଧି ନାଗେ, ଖୁସି ଧ୍ରୁବ, ପବିତ୍ରା ଓ ରୋମ ଧ୍ରୁବ ନାମକ ସାତ ଜଣ କିନ୍ନରଙ୍କୁ କଂପାନି ନିଯୁକ୍ତି ଦେଇଛି। ବେଦାନ୍ତ ପକ୍ଷରୁ ଏଲ୍ଜିବିଟିକ୍ୟୁ+ ବର୍ଗର ଲୋକଙ୍କୁ ନିଯୁକ୍ତି ଦେବା ଲାଗି ଉଦ୍ୟମ ଜାରି ରହିଛି। ଏହା ପୂର୍ବରୁ ବାଲ୍କୋରେ କିନ୍ନରଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହି ଅବସରରେ ବେଦାନ୍ତ ଝାରସୁଗୁଡ଼ାର ସିଇଓ ସୁନିଲ ଗୁପ୍ତା କହିଛନ୍ତି ଯେ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତୀକରଣକୁ ପାଳନ କରିବାର ଏକ କର୍ମ ସଂସ୍କୃତିକୁ ସୁଦୃଢ଼ କରିବା ପାଇଁ ଆମେ ଉଦ୍ୟମ କରୁଛୁ। ଶ୍ରମ ଶକ୍ତି ବିବିଧତାରେ ଉନ୍ନତି ଆଣିବାକୁ ଆମେ ଯୋଜନା ରଖିଛୁ। ନିଯୁକ୍ତି ଭଳି ବଡ଼ ସୁଯୋଗ ପ୍ରଦାନ କରିଥିବାରୁ ଆରୋହି ଓ ରୋମା ବେଦାନ୍ତକୁ ଧନ୍ୟବାଦ ଜଣାଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp