ବ୍ରାଣ୍ଡ୍‌ ଫ୍ୟାକ୍ଟ୍ରିିରେ ‘ରେଡ୍‌ ଜୋନ୍ ସେଲ୍‌’

ଭୁବନେଶ୍ବର: ବ୍ରାଣ୍ଡ୍‌ ଫ୍ୟାକ୍ଟ୍ରିରେ ରେଡ୍ ଜୋନ୍ ସେଲ୍ ଘୋଷଣା କରାଯାଇଛି। ଏହି ଅବସରରେ ଗ୍ରାହକମାନେ ଗୋଟିଏ ଜିନିଷ କିଣିଲେ ଦୁଇଟି ବ୍ରାଣ୍ଡେଡ୍‌ ପୋଷାକ ସମ୍ପୂର୍ଣ୍ଣ ମାଗଣାରେ ପାଇବେ। ବ୍ରାଣ୍ଡ୍‌ ଫ୍ୟାକ୍ଟ୍ରିରେ ଗ୍ରାହକମାନେ ଲି କୁପର୍, ଲିଭାଇସ୍, ସ୍ପାଏକର୍, ରେମଣ୍ଡ୍, ବୋଫାଲୋ, ନାଇକ୍, ଆଦିଦାସ ଓ ଭିଆଇପି ଭଳି ୨୦୦ରୁ ଅଧିକ ବ୍ରାଣ୍ଡ୍‌ର ସାମଗ୍ରୀ କିଣିପାରିବେ। ଏହି ଅବସରରେ ଷ୍ଟୋର୍‌ରେ ଗୋଲ୍ଡ ଜୋନ୍ ଓ ପର୍ପଲ୍ ଜୋନ୍‌ ଭଳି ଦୁଇଟି ସ୍ବତନ୍ତ୍ର ସେକ୍ସନ ଖୋଲାଯାଇଛି। ଗୋଲ୍‌ଡ ଜୋନ୍‌ରୁ ଗ୍ରାହକମାନେ ୧୧୯୯ ଟଙ୍କାରେ ଦୁଇଟି ପୋଷାକ କିଣିପାରିବେ। ପର୍ପଲ ଜୋନ୍‌ରୁ ୯୯୯ ଟଙ୍କାରେ ଗୋଟିଏ ପୋଷାକ କିଣିହେବ। ବ୍ରାଣ୍ଡ୍‌ ଫ୍ୟାକ୍ଟ୍ରିରେ ବର୍ଷତମାମ ରିହାତି ସେଲ୍ ଚାଲିଥାଏ। ଗ୍ରାହକମାନେ ୨୦%ରୁ ଆରମ୍ଭ କରି ୭୦% ପର୍ଯ୍ୟନ୍ତ ରିହାତିରେ ଏଠାରେ ପୋଷାକ କିଣିଥାନ୍ତି। ଏହି ଷ୍ଟୋର୍‌ରେ ଗ୍ରାହକମାନେ ପୋଷାକ ଠାରୁ ଆରମ୍ଭ କରି ହାଣ୍ଡବ୍ୟାଗ୍, ଲଗେଜ୍, ଟ୍ରଲି, ବ୍ୟାକ୍‌ପ୍ୟାକ୍ ଏବଂ ଆକ୍‌ସେସୋରିଜ୍ ଆଦି କିଣିପାରିବେ।

ସମ୍ବନ୍ଧିତ ଖବର