ଭୁବନେଶ୍ୱର: ରିଅଲ ଇଷ୍ଟେଟ୍ ଡେଭେଲପର ଆସୋସିଏସନ୍ (ରେଡା) ପକ୍ଷରୁ ଫେବ୍ରୁଆରି ୨ରୁ ଜନତା ମଇଦାନଠାରେ ‘ ହୋମ୍ ଆଣ୍ଡ୍ ଡେକର୍’ ପ୍ରଦର୍ଶନୀ ଆୟୋଜନ କରାଯିବ। ଏହାକୁ ରାଜ୍ୟପାଳ ଏସ୍ ସି ଜମିର୍ ଉଦଘାଟନ କରିବେ। ଫେବ୍ରୁଆରି ୧୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀକୁ କୋଲକାତାର ଜି ଏସ୍ ମାର୍କେଟିଂ ଆସୋସିଏଟସ୍ ପକ୍ଷରୁ ଆୟୋଜନ କରାଯିବ। ଏଥିରେ ୯ ଏସି ହ୍ୟାଙ୍ଗର୍ ଏବଂ ୫୫୦ରୁ ଅଧିକ ଷ୍ଟଲ୍ ରହିବ। ବାଲାଂଦେଶ, ଥାଇଲ୍ୟାଣ୍ଡ୍, ତୁର୍କୀ, ଇଜିପ୍ଟି, ଆଫଗାନିସ୍ତାନ, ପାକିସ୍ତାନ, ନେପାଳ ଏବଂ ମିଆଁମାର ଭଳି ୮ଟି ଦେଶ ଏଥର ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ। ଏହି ପ୍ରଦର୍ଶନୀରେ ବିଲ୍ଡର୍, ରିଅଲ ଇଷ୍ଟେଟ୍ ଏଜେଣ୍ଟ୍, ହାଉସିଂ ଲୋନ୍ ଫାଇନାନ୍ସର୍, ବିଲ୍ଡିଂ ଉପକରଣ ନିର୍ମାତା, ଲାଇଫ୍୍ଷ୍ଟାଇଲ୍ ଉତ୍ପାଦ, ଇଲେକ୍ଟ୍ରିକାଲ୍ ଆପ୍ଲାଏନ୍ସେସ୍, ପର୍ଣ୍ଣିଚର ଏବଂ ଆସବାବପତ୍ର ଆଦି ପ୍ରଦର୍ଶିତ କରାଯିବ।
‘ରେଡା’ର ହୋମ୍ ଆଣ୍ଡ୍ ଡେକର୍ ପ୍ରଦର୍ଶନୀ ୨ରୁ
/sambad/media/post_attachments/wp-content/uploads/2018/01/download-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)