ଲଞ୍ଚ ହେଲା ରେଡ ମି ୮ ଏ ଡୁଆଲର ନୂଆ ଭର୍ସନ

ମୁମ୍ବାଇ: ରେଡମି ୮ ଏ ଡୁଆଲର ଏକ ନୂତନ ୬୪ ଜିବି ଭାରିଆଣ୍ଟକୁ ଆଜି ଭାରତରେ ଲଞ୍ଚ କରାଯାଇଛି। ଏହି ଫୋନ୍ ପୂର୍ବରୁ ୨ଜିବି / ୩ ଜିବି ରାମ ଏବଂ ୩୨ ଜିବି ଷ୍ଟୋରେଜ୍ ବିକଳ୍ପରେ ଆସୁଥିଲା | ରେଡମି ୮ ଏ ଡୁଆଲ୍ ଭାରତୀୟ ବଜାରରେ ରିଅଲ୍ ମି ସି ୩ ଏବଂ ଇନଫିନିକ୍ସ ହଟ୍ ୮ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ବର୍ତ୍ତମାନ ନୂତନ ଭାରିଆଣ୍ଟ ରିଅଲମି ନାରଜୋ ୧୦ଏ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ |


ରେଡମି ୮ ଏ ଡୁଆଲର ନୂତନ ୩ଜିବି ରାମ + ୬୪ ଜିବି ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୮,୯୯୯ ଟଙ୍କା ରହିଛି। ଏହାର ବିକ୍ରି ଦେଶରେ ୧୫ ଜୁନରୁ ଆରମ୍ଭ ହେବ | ଗ୍ରାହକମାନେ ଏହାକୁ ଆମାଜନ, ସାଓମିର ୱେବସାଇଟ୍ ଏବଂ ବିଭିନ୍ନ ଖୁଚୁରା ଆଉଟଲେଟରୁ କିଣିପାରିବେ | ଏଠାରେ ସୂଚନା ଥାଉ କି ରେଡମି ୮ ଏ ଡୁଆଲ୍ ୨ ଜିବି ରାମ୍ + ୩୨ ଜିବି ଷ୍ଟୋରେଜ୍ ଏବଂ ୩ ଜିବି ରାମ୍ + ୩୨ ଜିବି ଷ୍ଟୋରେଜ୍ ଭାରିଆଣ୍ଟରେ ଆସିଥାଏ | ଏଗୁଡିକର ମୂଲ୍ୟ ଯଥାକ୍ରମେ ୭୪୯୯ ଟଙ୍କା ଏବଂ ୭୯୯୯ ଟଙ୍କା ରହିଛି | ଫେବୃଆରୀରେ ରେଡମି ୮ଏ କୁ ଅପଗ୍ରେଡ୍ ଭାବରେ ରେଡମି ୮ଏ ଡୁଆଲ୍ ଭାବେ ଲଞ୍ଚ କରାଯାଇଥିଲା |

ସମ୍ବନ୍ଧିତ ଖବର