ଦିଲ୍ଲୀରେ ରେଡ୍‌ମଡ୍‌ ନେଟ୍‌ୱର୍କିଂ ମିଟ୍ ଅନୁଷ୍ଠିତ

ଭୁବନେଶ୍ବର: ନୂଆଦିଲ୍ଲୀର ଜବାହାର ନେହରୁ ଆଲୁମିନିୟମ ରିସର୍ଚ୍ଚ ଡେଭଲପମେଣ୍ଟ ଆଣ୍ଡ ଡିଜାଇନ ସେଣ୍ଟର (ଜେଏନ୍‌ଏଆର୍‌ଡିଡିସି) ସହ ମିଳିତ ଆନୁକୂଲ୍ୟରେ ଖଣି ମନ୍ତ୍ରାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀଠାରେ ରେଡ୍‌ମଡ୍ ନେଟୱର୍କିଂ ମିଟ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରେଡ୍‌ମଡ୍‌ର ନିରାପଦ ନିଷ୍କାସନ ଓ ଉପାଦେୟ ଉପଯୋଗ ଦ୍ବାରା ଦେଶର ପରିବେଶକୁ ସୁରକ୍ଷିତ କରିବା ନିମନ୍ତେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନର ବରିଷ୍ଠ ପ୍ରତିନିଧି, ଖଣି ମନ୍ତ୍ରାଳୟର ଅଧିକାରୀ, ପରିବେଶବିତ୍ ଏବଂ ଖଣି ଓ ଧାତୁ କ୍ଷେତ୍ରର ଅଂଶୀଦାରମାନେ ଆଲୋଚନା କରିଛନ୍ତି। ଏଥିରେ କେନ୍ଦ୍ର ଖଣି ମନ୍ତ୍ରାଳୟର ଅତିରିକ୍ତ ସଚିବ ଡଃ କେ. ରାଜେଶ୍ୱର ରାଓ, ଯୁଗ୍ମ ସଚିବ ଅନୀଲ କୁମାର ନାୟକ, ନାଲ୍‌‌କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ, ଖଣି ମନ୍ତ୍ରାଳୟର ଅର୍ଥ ପରାମର୍ଶଦାତା ଆଲୋକ ଚନ୍ଦ୍ରା ଏବଂ ଜେଏନ୍ଏଆର୍‌ଡିଡିସିର ନିର୍ଦ୍ଦେଶକ ଅନୁପମ ଅଗ୍ନିହୋତ୍ରୀ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର