ସେନ୍‌ସେକ୍ସରେ ୧,୧୦୭ ପଏଣ୍ଟ୍‌ ହ୍ରାସ

ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ

ମୁମ୍ବାଇ : ଆଇଟି, ଆର୍ଥିକ ଓ ଶକ୍ତି କଂପାନିଗୁଡ଼ିକର ସେୟାରକୁ ନିବେଶକମାନେ ବିକ୍ରି କରିବାରୁ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ଆଜି ୧,୦୧୭ ପଏଣ୍ଟ୍ ହ୍ରାସ ପାଇ ୫୪,୩୦୩ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନେ ୩.୧୧ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୨୭୬ ପଏଣ୍ଟ୍‌ ହ୍ରାସ ପାଇ ୧୬,୨୦୨ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏଲ୍‌ଆଇସିର ସେୟାର ମୂଲ୍ୟ ୭୦୯ ଟଙ୍କା ୭୦ ପଇସାକୁ ହ୍ରାସ ପାଇଛି। କୋଟାକ ବ୍ୟାଙ୍କ, ବଜାଜ ଫାଇନାନ୍ସ, ଏଚଡିଏଫ୍‌ସି, ରିଲାଏନ୍ସ, ୱିପ୍ରୋ, ଇନ୍‌ଫୋସିସ୍, ଟେକ୍ ମହିନ୍ଦ୍ରା, ଟାଟା ଷ୍ଟିଲ୍, ଟିସିଏସ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ ସନ୍‌ ଫାର୍ମାର ସେୟାର ମୂଲ୍ୟ ହ୍ରାସ ପାଇଛି।

ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ
ମୁମ୍ବାଇ : ଆମେରିକୀୟ ଡଲାର ତୁଳନାରେ ଟଙ୍କା ଆହୁରି ଦୁର୍ବଳ ହୋଇପଡ଼ିଛି। ଆଜି ଏକ ଡଲାର ମୂଲ୍ୟ ୭୭ ଟଙ୍କା ୯୩ ପଇସା ରହିଛି। ଡଲାର ମହଙ୍ଗା ହେଉଥିବାରୁ ଆମଦାନିକାରୀ ଓ ବ୍ୟାଙ୍କଗୁଡ଼ିକ ଚିନ୍ତିତ ହୋଇପଡ଼ିଛନ୍ତି। ଡଲାର ଦାମ୍ ବଢ଼ିଲେ ଆମଦାନି ଓ ବିଦେଶରେ ପାଠପଢ଼ା ଓ ଭ୍ରମଣ ମହଙ୍ଗା ହୋଇଥାଏ। ଦେଶର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ତାହା ଚାପ ସୃଷ୍ଟି କରେ।

ସମ୍ବନ୍ଧିତ ଖବର