ଭୁବନେଶ୍ୱର: ରିଲାଏନ୍ସ ବିଗ୍ ଟିଭି ପକ୍ଷରୁ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି। ଗ୍ରାହକମାନଙ୍କୁ କଂପାନି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ୫୦୦ ଫ୍ରି ଟୁ ଏୟାର ଚ୍ୟାନେଲ୍ ମାଗଣାରେ ପ୍ରଦାନ କରିବ। ଏଥି ସହିତ ବର୍ଷେ ପର୍ଯ୍ୟନ୍ତ ଏଚ୍ଡି ଓ ପେମେଣ୍ଟ୍ ଚ୍ୟାନେଲ୍ଗୁଡ଼ିକ ମାଗଣାରେ ପ୍ରଦାନ କରିବ। ଗ୍ରାହକମାନେ ମାତ୍ର ୪୯୯ ଟଙ୍କାର ଦେଇ ବିଗ୍ ଟିଭି ସଂଯୋଗ ପାଇଁ ପ୍ରାକ୍ ବୁକିଙ୍ଗ କରିପାରିବେ। କଂପାନିର େଓ୍ଵବସାଇଟ୍ www.reliancebigtv.com କିମ୍ବା ଦେୟମୁକ୍ତ ନମ୍ବର ୧୮୦୦୨୦୦୯୦୦୧ରେ କଲ୍ କରି ଗ୍ରାହକମାନେ ନିଜର ବିଗ୍ ଟିଭି ସଂଯୋଗର ବୁକିଙ୍ଗ କରିପାରିବେ। ସେମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ମିଳିବ ଏଚ୍ଡି ଏଚ୍ଇଭିସି ସେଟ୍-ଟପ୍ ବକ୍ସ। ସେଥିରେ ରେକର୍ଡିଂ ସୁବିଧା ରହିଛି। ରିଲାଏନ୍ସ ବିଗ୍ ଟିଭିର ରିଟେଲର୍ମାନେ ମଧ୍ୟ ସଂଯୋଗ ବୁକିଙ୍ଗ କରିପାରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ରିଟେଲର୍ମାନଙ୍କ ପାଖରେ ପହଞ୍ଚି ଗ୍ରାହକମାନେ ନିଜର ନୂତନ ସଂଯୋଗର ବୁକିଙ୍ଗ କରିପାରିବେ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଏହି ଅଫରରେ କଂପାନିର ଅନ୍ୟାନ୍ୟ ସର୍ତ୍ତାବଳୀ ମଧ୍ୟ ରହିଛି।
ରିଲାଏନ୍ସ ବିଗ୍ ଟିଭିରେ ୫ ବର୍ଷ ପର୍ଯ୍ୟନ୍ତ ୫୦୦ ଚ୍ୟାନେଲ୍ ମାଗଣା
/sambad/media/post_attachments/wp-content/uploads/2018/03/relience-bigtv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)