ଭୁବନେଶ୍ବର: ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପ ଲାଗି ଭାରତୀୟ ରେଳ ଫାଇନାନ୍ସ କର୍ପୋରେସନ୍ (ଆଇଆର୍ଏଫ୍ସି) ସହିତ ୨୫୩୯ କୋଟି ଟଙ୍କାର ରିଫାଇନାନ୍ସ ଚୁକ୍ତି ସ୍ବାକ୍ଷର ହୋଇଛି। ପ୍ରକଳ୍ପର ପରିଚାଳନା ନିର୍ଦେଶକ ଦିଲ୍ଲୀପ କୁମାର ସାମନ୍ତରାୟ ଓ ଆଇଆର୍ଏଫ୍ସିର ଇଡି ଦୀପା କୋଟ୍ନିସ୍ ଋଣ ରାଜିନାମାରେ ସ୍ବାକ୍ଷର କରିଛନ୍ତି। ୧୧୩.୪ କିଲୋମିଟର ବିଶିଷ୍ଟ ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ରେଳ ବିକାଶ ନିଗମ ଲିମିଟେଡ୍ (ଆର୍ଭିଏନ୍ଏଲ୍), କଣ୍ଟେନର କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (କଙ୍କର୍), ଓଡ଼ିଶା ସରକାର ଓ ଘରୋଇ ସଂସ୍ଥାଙ୍କୁ ନେଇ ଏକ ସ୍ପେସିଆଲ୍ ପର୍ପସ୍ ଭେଇକିଲ୍ (ଏସ୍ପିଭି) ଗଠନ କରାଯାଇଛି। ଏହି ପ୍ରକଳ୍ପ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଫ୍ରେଟ୍ କରିଡର୍ ଯାହା ରାଜ୍ୟର ଦୁଇଟି ଶିଳ୍ପ ଓ ଖଣିଜ ଅଞ୍ଚଳ ମଧ୍ୟରେ କୋଇଲା, ଲୁହାପଥର, ଇସ୍ପାତ ଓ ଅନ୍ୟାନ୍ୟ କଞ୍ଚାମାଲ ପରିବହନ କରିବାର ସୁବିଧା ପ୍ରଦାନ କରୁଥିବା ବେଳେ ସଡ଼କପଥରୁ ପରିବହନ ଯାନ ଭିଡ଼ କମ୍ କରିବାରେ ସହାୟକ ହୋଇଛି।
ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପ ପାଇଁ ୨୫୩୯ କୋଟିର ରିଫାଇନାନ୍ସ ଚୁକ୍ତି
ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପ ଲାଗି ଭାରତୀୟ ରେଳ ଫାଇନାନ୍ସ କର୍ପୋରେସନ୍ (ଆଇଆର୍ଏଫ୍ସି) ସହିତ ୨୫୩୯ କୋଟି ଟଙ୍କାର ରିଫାଇନାନ୍ସ ଚୁକ୍ତି ସ୍ବାକ୍ଷର ହୋଇଛି। ପ୍ରକଳ୍ପର ପରିଚାଳନା ନିର୍ଦେଶକ ଦିଲ୍ଲୀପ କୁମାର ସାମନ୍ତରାୟ ଓ ଆଇଆର୍ଏଫ୍ସିର ଇଡି ଦୀପା....
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)