ଖାଇବା ତେଲର ମୂଲ୍ୟ ହ୍ରାସ ସୁନିଶ୍ଚିତ କରିବା ଲାଗି ପୁଣିଥରେ ରାଜ୍ୟମାନଙ୍କୁ ପତ୍ର ଲେଖିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ଖାଇବା ତେଲର ମୂଲ୍ୟ ବୃଦ୍ଧି ଉପରେ ନିୟନ୍ତ୍ରଣ ଆଣିବା ଲାଗି ଏସବୁ ସାମଗ୍ରୀର ଭଣ୍ଡାରଣ (ଷ୍ଟକ) ସୀମା ନିର୍ଦ୍ଧାରଣ କରିଛନ୍ତି। ଏ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା ଲାଗି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୋମବାର, ୨୫ ଅକ୍ଟୋବର, ୨୦୨୧ରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ସହିତ ବିଭାଗ ପକ୍ଷରୁ ଏକ ବୈଠକ ଡକାଯାଇଛି। ଡିଏଫପିଡି ସଚିବ ଶ୍ରୀ ସୁଧାଂଶୁ ପାଣ୍ଡେଙ୍କ ପକ୍ଷରୁ ସମସ୍ତ ରାଜ୍ୟମାନଙ୍କୁ ପଠାଯାଇଥିବା ପତ୍ରରେ ବିଭାଗ ପକ୍ଷରୁ ଏ ନେଇ ଆବଶ୍ୟକ ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଉପଭୋକ୍ତାମାନଙ୍କୁ ଦରବୃଦ୍ଧିରୁ ଆଶ୍ବସ୍ତି ପ୍ରଦାନ କରିବା ଏବଂ ପାର୍ବଣ ଋତୁକୁ ଧ୍ୟାନରେ ରଖି ଖାଇବା ତେଲର ମୂଲ୍ୟ ହ୍ରାସ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପର ଏକ ରୂପରେଖ ପ୍ରସ୍ତୁତ କରାଯାଇଛି। ଡିଏଫପିଡି ପକ୍ଷରୁ ଖାଇବା ତେଲର ଦର ଏବଂ ଉପଭୋକ୍ତାଙ୍କ ପାଇଁ ଏଗୁଡ଼ିକର ଉପଲବ୍ଧତା ଅନୁଧ୍ୟାନ କରାଯାଉଛି। ଏହା ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାରଣ ଏହି ସମୟରେ ଖାଇବା ତେଲର ଚାହିଦା ବୃଦ୍ଧି ପାଇଥାଏ। ସରକାରଙ୍କ ପକ୍ଷରୁ ଏଥିପୂର୍ବରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇସାରିଛି। ସମସ୍ତ ରାଜ୍ୟ ଏବଂ ଖାଇବା ତେଲ ଉଦ୍ୟୋଗ ସଂଘଗୁଡ଼ିକ ସହିତ ଆଲୋଚନା କରାଯାଇଛି। ଏହି ଆଲୋଚନାକୁ ଆଧାର କରି ଭଣ୍ଡାରଣ ସୂଚନା ଦେବା ଲାଗି ବିଜ୍ଞପ୍ତି ଜାରି କରାଯାଇଛି।
ଡିଏଫପିଡି ପକ୍ଷରୁ ଦେଶରେ ସାପ୍ତାହିକ ଆଧାରରେ ଖାଇବା ତେଲ/ତୈଳବୀଜର ଭଣ୍ଡାରଣ ଅନୁଧ୍ୟାନ ଲାଗି ଏକ ୱେବପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଉପଭୋକ୍ତାମାନଙ୍କର ପସନ୍ଦ ଅନୁସାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ଲାଗି ଖାଇବା ତେଲର ଚାହିଦା ଏବଂ ଖର୍ଚ୍ଚ ଭିନ୍ନ ଭିନ୍ନ ହୋଇଥାଏ। ତେବେ ଖାଇବା ତେଲ ଏବଂ ତୈଳ ବୀଜ ଭଣ୍ଡାରଣ ସୀମାର ପରିମାଣକୁ ଅନ୍ତିମ ରୂପ ଦେବା ଲାଗି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ଠାରୁ ପୂର୍ବରୁ ନିର୍ଦ୍ଧାରଣ କରାଯାଇଥିବା ଭଣ୍ଡାରଣ ସୀମା ଉପରେ ବିଚାର ଓ ପରମର୍ଶ ଗ୍ରହଣ କରାଯିବ। ରିଫାଇନର, ମିଲର, ପାଇକାରୀ ବ୍ୟବସାୟୀଙ୍କ ସମେତ ସମସ୍ତ ଅଂଶୀଦାରମାନେ ଯେପରି ଦୁଇ ମାସରୁ ଅଧିକ କ୍ଷମତା ପର୍ଯ୍ୟନ୍ତ ଷ୍ଟକ୍ ରଖିବେ ନାହିଁ ସେ ସମ୍ପର୍କରେ ନିୟମ ନିର୍ଦ୍ଧାରଣ କରିବା ଲାଗି ବିଚାର କରାଯାଉଛି।
ମାର୍ଗଦର୍ଶନ ପାଇଁ ରାଜ୍ୟମାନେ ପୂର୍ବରୁ ନିର୍ଦ୍ଧାରିତ କରାଯାଇଥିବା ସାଙ୍କେତିକ ସୀମାକୁ ପ୍ରାଥମିକତା ଦେଇପାରିବେ ଏବଂ ପତ୍ର ସହିତ ଏହି ଉପାୟ ସଂଲଗ୍ନ କରାଯାଇଛି। ତେବେ ଅନ୍ୟ ଶ୍ରେଣୀଗୁଡ଼ିକ ଲାଗି ରାଜ୍ୟ ପାଇଁ ଅନୁକୂଳ ସମାନ ମାତ୍ରା ନିର୍ଦ୍ଧାରିତ କରାଯାଇପାରିବ। ଉଦାହରଣ ସ୍ବରୂପ ରିଫାଇନର ପାଇଁ ଗତ ଛଅ ମାସର ହାରାହାରୀ ପରିମାଣ ମଧ୍ୟରୁ ସର୍ବାଧିକ ୨ ମାସର ଷ୍ଟକ ଉପଯୋଗ କରାଯାଇପାରିବ। ସେହିପରି ରପ୍ତାନିକାରୀ ଓ ମିଲରମାନଙ୍କ ପାଇଁ ମଧ୍ୟ ମାତ୍ରା ନିର୍ଦ୍ଧାରଣ କରାଯାଇପାରିବ।