୭୨୦ ଶିଳ୍ପସଂସ୍ଥା ପାଖରେ ପହଞ୍ଚିବ ସଂସ୍କାର ବାର୍ତା

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୭୨୦ରୁ ଅଧିକ ଶିଳ୍ପ ସଂସ୍ଥାଙ୍କୁ ଶିଳ୍ପ ସଂସ୍କାର ବିଷୟରେ ଅବଗତ କରିବା ଲାଗି ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ଶିଳ୍ପ ହବ୍‌ରେ କର୍ମଶାଳା ଆୟୋଜନ କରାଯିବ। ପ୍ରଥମ କର୍ମଶାଳାକୁ ‌ଅନୁଗୁଳରେ ଆୟୋଜନ କରାଯାଇଛି ଯେଉଁଥିରେ ଇପିକଲ୍‌ ଏବଂ ଶିଳ୍ପ ନିର୍ଦେଶାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଭୁବନେଶ୍ବର, ବାଲେଶ୍ବର, ବ୍ରହ୍ମପୁର, ସମ୍ବଲପୁର ଏବଂ ସୁନ୍ଦରଗଡ଼ରେ ଏଭଳି କର୍ମଶାଳା ଆୟୋଜନ କରାଯିବ।

ଚଳିତ ମାସ ୨୨ରେ ବାଲେଶ୍ବରରେରେ ଏହି କର୍ମଶାଳା ଆୟୋଜନ କରାଯାଇଥିବା ବେଳେ ୨୫ରେ ଭୁବନେଶ୍ବରରେ, ୨୯ରେ ବ୍ରହ୍ମପୁର, ନଭେମ୍ବର ୫ରେ ସମ୍ବଲପୁରରେ ଏବଂ ନଭେମ୍ବର ୬ରେ ସୁନ୍ଦରଗଡ଼ରେ ଏହି କର୍ମଶାଳା ଆୟୋଜନ କରାଯିବ। ଏହି କର୍ମଶାଳାଗୁଡ଼ିକ ହେଉଛି ‘ବିଜନେସ୍ ରିଫର୍ମ ଆକ୍ସନ୍ ପ୍ଲାନ୍‌’ର ଏକ ଅଂଶ। ଏଥିରେ ଶିଳ୍ପ ସଂସ୍ଥାର ପ୍ରତିଷ୍ଠାତା ଓ ପ୍ରତିନିଧିମାନଙ୍କୁ ଭେଟି ସେମାନଙ୍କୁ ବ୍ୟବସାୟ ସଂସ୍କାର ବିଷୟରେ ଅବଗତ କରି ରାଜ୍ୟର ସହଜ ବ୍ୟବସାୟ ବାତାବରଣରେ ଉନ୍ନତି ଆଣିବାକୁ ପ୍ରୟାସ କରାଯିବ।

ସମ୍ବନ୍ଧିତ ଖବର