ରେଜୋନାନ୍ସ ‘ଷ୍ଟାର୍ଟ’ ପାଇଁ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ବର: ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରୁଥିବା ଜାତୀୟ ସ୍ତରର ସଂସ୍ଥା ରେଜୋନାନ୍ସ ପକ୍ଷରୁ ଏହାର ବିଦ୍ୟାର୍ଥୀ ପ୍ରତିଭା ରିୱାର୍ଡ ପରୀକ୍ଷା ‘ଷ୍ଟାର୍ଟ’ ବିଷୟରେ ଘୋଷଣା କରାଯାଇଛି। ଏଥିପାଇଁ ଅନୁଷ୍ଠାନର ୱେବସାଇଟ୍‌ରେ ପଞ୍ଜୀକରଣ ଆରମ୍ଭ କରାଯାଇଛି। ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କୁ ୧ କୋଟି ଟଙ୍କାର ପୁରସ୍କାର ଦିଆଯିବ। ଏଥିପାଇଁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଲୋକସଭା ଅଧ୍ୟକ୍ଷ ଓମ୍‌ ପ୍ରକାଶ ବିର୍ଲା ଓ ରେଜୋନାନ୍ସର ପ୍ରବନ୍ଧ ନିର୍ଦେଶକ ଆର୍‌ କେ ବର୍ମା ଷ୍ଟାର୍ଟ ପୋଷ୍ଟରକୁ ଉନ୍ମୋଚନ କରିଥିଲେ।ଶ୍ରୀ ବର୍ମା କହିଛନ୍ତି ଯେ ଏହା ହେଉଛି ପ୍ରତିଭାଙ୍କୁ ଅନ୍ବେଷଣ କରି ସେମାନଙ୍କୁ ପୁରସ୍କୃତ କରିବାର ଏକ କାର୍ଯ୍ୟକ୍ରମ। ୨୦୧୨ରୁ ଏହା ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଏହାର ଦଶମ ସଂସ୍କରଣ ଆୟୋଜନ କରାଯିବ। ଷଷ୍ଠରୁ ଦ୍ବାଦଶ ଶ୍ରେଣୀର ପିଲାମାନେ ଏଥିରେ ଅଂଶଗ୍ରହଣ କରିପାରିବେ। ଦୁଇଟି ପର୍ଯ୍ୟାୟରେ ଉଭୟ ଅନଲାଇନ୍ ଓ ଅଫ୍‌ଲାଇନ୍‌ରେ ଏହି ପରୀକ୍ଷା ହିନ୍ଦୀ ଓ ଇଂରାଜି ଭାଷାରେ ଆୟୋଜନ କରାଯିବ। ପରୀକ୍ଷା ମୋଟ ୧୦ଟି ବର୍ଗରେ ଆୟୋଜନ କରାଯିବ। ଷଷ୍ଠରୁ ଦଶମ ଏବଂ ଏକାଦଶ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଅଲଗା ବର୍ଗ ରହିବ। ପ୍ରତି ବର୍ଗରେ ୨୦୦ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ‘ଷ୍ଟାର୍ଟ’ ଅଧୀନରେ ସ୍କୁଲର ନିର୍ଦେଶକ, ପ୍ରଧାନ ଶିକ୍ଷକ ଓ ସଂଯୋଜକମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ।

ସମ୍ବନ୍ଧିତ ଖବର