ସ୍ୱାମୀ କରିଥିଲେ ଏମିତି ନିବେଶ, ଘରେ ବସି ପ୍ରତିଦିନ ୪୦ କୋଟି ପାଉଛନ୍ତି ପତ୍ନୀ

ନୂଆଦିଲ୍ଲୀ: ସେୟାର ବଜାରରେ ବଡ ବଡ ନିବେଶକମାନେ କୋଟି କୋଟି ଟଙ୍କା ରୋଜଗାର କରନ୍ତି | କିନ୍ତୁ ଏମିତି କିଛି ନିବେଶକ ଅଛନ୍ତି ଯେଉଁମାନେ ପ୍ରତିଦିନ କୋଟି କୋଟି ଟଙ୍କା ରୋଜଗାର କରନ୍ତି | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ଭେଟେରାନ ମହିଳା ନିବେଶକ ଟାଟା ଗ୍ରୁପର ଷ୍ଟକରେ ବିପୁଳ ପୁଞ୍ଜି ବିନିଯୋଗ କରି କ୍ରମାଗତ ୨ ମାସ ଧରି ପ୍ରତିଦିନ ୪୦ କୋଟି ଟଙ୍କା ଲାଭ ପାଉଛନ୍ତି | ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି? ବାସ୍ତବରେ, ଗତ ୨ ମାସ ମଧ୍ୟରେ, ଟାଟା ଗ୍ରୁପର ଟାଇଟାନର ସେୟାରଗୁଡିକ ୬୫ ପ୍ରତିଶତ ବୃଦ୍ଧି ପାଇଛି, ଯେଉଁଥିପାଇଁ ଏହାର ସେୟାରଧାରକମାନେ ଭଲ ରିଟର୍ଣ୍ଣ ପାଇଛନ୍ତି | ଏହି ଷ୍ଟକରେ ଦିବଂଗତ ନିବେଶକ ରାକେଶ ଝୁନଝୁନୱାଲାଙ୍କ ପତ୍ନୀ ରେଖା ଝୁନଝୁନୱାଲାଙ୍କର ଅଂଶଧନ ମଧ୍ୟ ଅଛି।

ସେଥିପାଇଁ ଟାଇଟାନ ସେୟାରରେ ବୃଦ୍ଧି ହେତୁ ଗତ ୨ ମାସ ମଧ୍ୟରେ ସେ ୨୪୦୦ କୋଟି ଟଙ୍କାର ଆୟ କରିଛନ୍ତି, ଅର୍ଥାତ୍ ପ୍ରତ୍ୟେକ ଦିନ ୪୦ କୋଟି ଟଙ୍କା ଲାଭ ଭାବେ ପାଇଛନ୍ତି । ରେଖାଙ୍କର କମ୍ପାନୀରେ ୪,୬୯,୪୫,୯୭୦ଟି ସେୟାର ଥିବାବେଳେ ଯାହା ପ୍ରାୟ ୫.୨୯ ପ୍ରତିଶତ | ଟାଇଟାନର ସେୟାର ମୂଲ୍ୟ ବୃଦ୍ଧି ହେତୁ ରେଖା ଝୁନଝୁନୱାଲା ୨୪୦୦ କୋଟି ଟଙ୍କା ଲାଭ କରିଛନ୍ତି। ଗତ ୨ ମାସ ମଧ୍ୟରେ ଟାଇଟାନର ସେୟାର ୫୨୦ ଟଙ୍କା ମହଙ୍ଗା ହୋଇଛି | ମାର୍ଚ୍ଚରେ, କମ୍ପାନୀର ସେୟାରଗୁଡିକ ୨୩୩୦ ସ୍ତରରେ ଥିବାବେଳେ ଆଜି ଗୋଟିଏ ସେୟାରର ମୂଲ୍ୟ ହେଉଛି ୨୮୫୭ ଟଙ୍କା | ଗତ ବର୍ଷ ଅଗଷ୍ଟ ୨୦୨୨ରେ ରାକେଶ ଝୁନଝୁନୱାଲାଙ୍କ ଦେହାନ୍ତ ପରେ ତାଙ୍କ ସେୟାରଗୁଡିକୁ ରେଖା ଝୁନଝୁନୱାଲାଙ୍କୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର