ନୂଆଦିଲ୍ଲୀ : ଜର୍ମାନୀଭିତ୍ତିକ ଖାଦ୍ୟ ପାଇକାରୀ କମ୍ପାନି ମେଟ୍ରୋ ଏଜିର ଭାରତୀୟ ବ୍ୟବସାୟକୁ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ କିଣିଛି। ପ୍ରାୟ ୨୭୦୦ କୋଟି ଟଙ୍କାରେ ଏହି କ୍ରୟ ପ୍ରକ୍ରିୟା ଶେଷ ହୋଇଛି। ଏହାଦ୍ବାରା ଭାରତରେ ମେଟୋ ଏଜିର ଥିବା ସମସ୍ତ ୩୧ଟି ହୋଲସେଲ ଷ୍ଟୋର ଏବଂ ରିଅଲ ଇଷ୍ଟେଟ ପୋର୍ଟଫୋଲିଓକୁ ରିଲାଏନ୍ସ ଅଧୀନକୁ ଆସିଛି।

Advertisment

ରିଲାଏନ୍ସ ହାତରେ ମେଟ୍ରୋର ଭବିଷ୍ୟତ ସଫଳ ରହିବ ବୋଲି ମେଟ୍ରୋ ଏଜିର ସିଇଓ ଡ ଷ୍ଟିଫେନ ଗ୍ରିଉବେଲ କହିଛନ୍ତି। ରାଜିନାମା ଅନୁଯାୟୀ ଟ୍ରାଞ୍ଜିସନ ଅବଧିରେ ଭାରତରେ ମେଟ୍ରୋର ସବୁ ଷ୍ଟୋର ମେଟ୍ରୋ ବ୍ରାଣ୍ଡ୍‌ରେ ପରିଚାଳିତ ହେବ। ସେହିଭଳି ମେଟ୍ରୋର କର୍ମଚାରୀ ଓ ଗ୍ରାହକଙ୍କ ପାଇଁ ମଧ୍ୟ କୌଣସି ପରିବର୍ତ୍ତନ ଏବେ ଦେଖିବାକୁ ମିଳିବ ନାହିଁ।