ହାଥ୍‌ୱେ କେବୁଲ୍‌କୁ କିଣିବେ ମୁକେଶ

ମୁମ୍ବାଇ: ଜିଓ ଜରିଆରେ ମୋବାଇଲ୍‌ ବଜାରରେ ହଇଚଇ ସୃଷ୍ଟି କରିଥିବା ମୁକେଶ ଅମ୍ବାନି ଏବେ ବ୍ରଡ୍‌ବ୍ୟାଣ୍ଡ୍‌ ବିପ୍ଳବ ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି। ଲୋକମାନଙ୍କ ଘରେ ଘରେ ଗିଗାଫାଇବର୍‌ ପହଞ୍ଚାଇବା ଲକ୍ଷ୍ୟ ନେଇ ଏକ ବଡ଼ ସଂସ୍ଥାକୁ ଅଧିଗ୍ରହଣ କରିବା ପାଇଁ ମୁକେଶ କଥାବାର୍ତା ଆରମ୍ଭ କରିଛନ୍ତି। ହାଥ୍‌ୱେ କେବୁଲ୍‌ ଆଣ୍ଡ୍ ଡାଟାକମ୍‌କୁ ୨୫୦୦ କୋଟି ଟଙ୍କାରେ କିଣିବା ପାଇଁ ମୁକେଶଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ କଥାବାର୍ତା ଆରମ୍ଭ କରାଯାଇଛି। ଗିଗାଫାଇବର୍‌ର ବାଣିଜ୍ୟିକ କାରବାର ପାଇଁ ରିଲାଏନ୍ସ ଏକ କେବୁଲ୍‌ ସଂସ୍ଥା କିଣିବାକୁ ବହୁ ଦିନରୁ ଉଦ୍ୟମ କରୁଛି। ଗତବର୍ଷ ସେପ୍ଟେମ୍ବରରେ ଏହା ଡିଇଏନ୍‌ ନେଟ୍‌ୱର୍କସ୍‌କୁ କିଣିବାକୁ କଥାବାର୍ତା ଆରମ୍ଭ କରିଥିଲେ ମଧ୍ୟ ଆଲୋଚନା ବିଫଳ ହୋଇଥିଲା। ହାଥ୍‌ୱେର ଭାରତରେ ୧୧ ନିୟୁତ ଡିଜିଟାଲ୍ କେବୁଲ ଟିଭି ଗ୍ରାହକ ଓ ୮ ଲକ୍ଷ ବ୍ରଡ୍‌ବ୍ୟାଣ୍ଡ୍‌ ଗ୍ରାହକ ରହିଛନ୍ତି। ଯଦି ଏହି ସଂସ୍ଥାକୁ ରିଲାଏନ୍ସ କିଣିବାରେ ସଫଳ ହେବ ତେବେ ଏହାର ବ୍ରଡ୍‌ବ୍ୟାଣ୍ଡ୍‌ ଓ କେବୁଲ ଟିଭି ଯୋଜନାକୁ ଏକ ବଡ଼ ଶକ୍ତି ମିଳିଯିବ।

ସମ୍ବନ୍ଧିତ ଖବର