ମୁମ୍ବାଇ: ବଢୁଛି ଅନିଲ ଅମ୍ବାନିଙ୍କ ଅଡୁଆ | ଅନିଲ ଦେଇଥିବା ଇସ୍ତଫାକୁ ଗ୍ରହଣ କରି ନାହିଁ ଋଣ ଦେଇଥିବା ସମିତି | ବମ୍ବେ ଷ୍ଟକ ଏକ୍ସଚେଂଜକୁ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ୨୦ ନଭେମ୍ବରରେ ଋଣ ଦାତାଙ୍କ ସମିତି ପକ୍ଷରୁ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ଅନିଲଙ୍କ ଇସ୍ତଫାକୁ ଗ୍ରହଣ କରାଯିବ ନାହିଁ |
ଏଠାରେ ସୂଚନା ଥାଉ କି ଅନୀଲଙ୍କ କମ୍ପାନି ଅନୀଲ ଧୀରୁଭାଇ ଅମ୍ବାନି ରିଲାଏନ୍ସ ଗ୍ରୁପର ଅଧିକାଂଶ ଶାଖା କମ୍ପାନି ଏବେ ବିପୁଳ କ୍ଷତିରେ ଚାଲିଛି ଓ କେତେକ ଦେବାଳିଆ ସ୍ଥିତିରେ ପହଞ୍ଚିଗଲେଣି । ଅନୀଲଙ୍କ କମ୍ପାନି ରିଲାଏନ୍ସ କମ୍ୟୁନିକେସନ୍ସ ଘୋଷଣା କରିଥିଲା ଯେ ଏହା ଜୁଲାଇ-ସେପ୍ଟେମ୍ବର ତିନିମାସରେ ପ୍ରାୟ ୩୦ ହଜାର କୋଟି ଟଙ୍କାର କ୍ଷତି ସହିଛି ।
ଏହାର ଦିନକ ପରେ, ଅର୍ଥାତ ୧୬ ତାରିଖରେ ଅନୀଲ ଅମ୍ବାନି ଏହି କମ୍ପାନିର ନିର୍ଦ୍ଦେଶକ ପଦବୀରୁ ଇସ୍ତଫା ଦେଇଥିଲେ । କମ୍ପାନିର ୪ ଜଣ ନିର୍ଦ୍ଦେଶକ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ | ଏହି ଇସ୍ତଫା ନେଇ କମ୍ପାନି ତରଫରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ସୂଚୀତ କରାଯାଇଥିଲା ।