ଡିସେମ୍ବର ପହିଲାରୁ ବନ୍ଦ ହେବ ରିଲାଏନ୍ସର ଭଏସ କଲିଂ ସେବା

ମୁମ୍ବାଇ: ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ୟୁନିକେସନର ଭଏସ କଲିଂ ସେବା ଆସନ୍ତା ଡିସେମ୍ବର ପହିଲାରୁ ବନ୍ଦ ହେବ ବୋଲି ଟେଲିକମ୍‌ ରେଗୁଲେଟାରି ଅଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ) ଶୁକ୍ରବାର ଦିନ ଘୋଷଣା କରିଛି। ସମସ୍ତ ଟେଲିକମ୍‌ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇ ଟ୍ରାଇ କହିଛି ଯେ ରିଲାଏନ୍ସ କମ୍ୟୁନିକେସନ୍‌ ସୂଚୀତ କରିଥିଲା ଅକ୍ଟୋବର ୩୧ ତାରିଖରୁ କମ୍ପାନି ତା’ର ଗ୍ରାହକମାନଙ୍କୁ ୪ଜି ସେବା ପ୍ରଦାନ କରିବ ଏବଂ ଡିସେମ୍ବର ୧ରୁ ଭଏସ କଲିଂ ସେବା ବନ୍ଦ କରିବ। ତେବେ, କମ୍ପାନି ଦିଲ୍ଲୀ, ରାଜସ୍ତାନ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, କର୍ଣ୍ଣାଟକ ଏବଂ ଗୁରୁରାଟରେ ଏହି ୪ଜି ସେବା ଯୋଗାଇ ଦେବ ବୋଲି ଜାଣିବାକୁ ମିଳିଛି। ଭଏସ୍‌ କଲିଂ ସେବା ବନ୍ଦ ହେବା ପୂର୍ବରୁ ଗ୍ରାହକମାନଙ୍କୁ ଏ ସଂପର୍କରେ ଜଣାଇ ଦିଆଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଏୟାରସେଲ୍‌ ସହିତ କମ୍ପାନି ମିଶ୍ରଣ ହେବା ପରେ କମ୍ପାନି ମୁଣ୍ଡରେ ଏବେ ୪୬,୦୦୦ କୋଟି ଟଙ୍କାର ଋଣ ରହିଛି। ରିଲାଏନ୍ସର ଗ୍ରାହକମାନଙ୍କୁ ଡିସେମ୍ବର ୧ ସୁଦ୍ଧା ଅନ୍ୟ ନେଟ୍‌ଓ୍ଵାର୍କକୁ ନମ୍ବର ପୋର୍ଟେବଲ୍‌ କରିଦେବା ପାଇଁ ଟ୍ରାଇ ପକ୍ଷରୁ ପରାମର୍ଶ ଦିଆଯାଇଛି।

 

ସମ୍ବନ୍ଧିତ ଖବର