ମୁମ୍ବାଇ: ଓଡ଼ିଶା ସର୍କଲ ରିଲାଏନ୍ସ କମ୍ୟୁନିକେସନ ଗ୍ରାହକମାନଙ୍କୁ ନିଜ ନେଟଓ୍ଵର୍କରେ ସାମିଲ କରିବା ପାଇଁ ଭୋଡାଫୋନ୍ ଆହ୍ଵାନ ଦେଇଛି। ରିଲାଏନ୍ସର ଗ୍ରାହକମାନେ ପୋର୍ଟିଂ ଜରିଆରେ ଭୋଡାଫୋନ୍ର ସେବା ହାସଲ କରିପାରିବେ। ଗ୍ରାହକମାନେ ନେଟଓ୍ଵର୍କ ସେଟିଂକୁ ଯାଇ ଭୋଡାଫୋନ୍କୁ ଚୟନ କରିପାରିବେ। ସେମାନେ ମୋବାଇଲ୍ ନମ୍ବର ପୋର୍ଟେବିଲିଟି ସୁବିଧା ହାସଲ କରି ଭୋଡାଫୋନ୍କୁ ନିଜ ନମ୍ବର ପୋର୍ଟିଂ କରିପାରିବେ। ଏହି ପରିପ୍ରେକ୍ଷୀରେ କଂପାନିର ଓଡ଼ିଶା ସର୍କଲ୍ ମୁଖ୍ୟ ମୟୂରଧ୍ୱଜସିଂହ ଜାଡ଼େଜା କହିଛନ୍ତି ଯେ ସେବା, ନେଟଓ୍ଵର୍କ ଓ ମୂଲ୍ୟରେ ଆମେ ଗ୍ରାହକଙ୍କୁ ସର୍ବାଧିକ ସୁବିଧା ଦେବାକୁ ଚାହୁଁଛୁ । ଓଡ଼ିଶାର ଯେଉଁ ଗ୍ରାହକ ଏବେ ଫୋନ ଅଚଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ସେମାନଙ୍କୁ ସୁବିଧା ଯୋଗାଇ ଦେଇ ଆମେ ଆନନ୍ଦିତ ବୋଲି ସେ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp