ରିଲାଏନ୍ସ ଡିଜିଟାଲ୍‌ର ‘ଡିଜିଟାଲ୍‌ ଇଣ୍ଡିଆ ସେଲ୍‌’ ୧୧ରୁ

ମୁମ୍ବାଇ: ରିଲାଏନ୍ସ ଡିଜିଟାଲ୍‌ ପକ୍ଷରୁ ‘ଡିଜିଟାଲ୍‌ ଇଣ୍ଡିଆ ସେଲ୍‌’ ବିଷୟରେ ଘୋଷଣା କରାଯାଇଛି। ଚଳିତ ମାସ ୧୧ରୁ ଏହି ସେଲ୍‌ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଆମେରିକାନ୍‌ ଏକ୍ସପ୍ରେସ୍‌, ସିଟି ବ୍ୟାଙ୍କ, ଏଚ୍‌ଡିଏଫ୍‌ସି, ଆଇସିଆଇସିଆଇ ଓ କୋଟାକ୍‌ର ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡର ଜିନିଷ କିଣାକିଣି କଲେ ଗ୍ରାହକଙ୍କୁ ୧୦% କ୍ୟାସ୍‌ବ୍ୟାକ୍‌ ମିଳିବ। ଲାପ୍‌ଟପ୍‌ ଉପରେ ଆକର୍ଷଣୀୟ ଅଫର ଉପଲବ୍ଧ ହେବ। ଗ୍ରାହକମାନେ ଜିରୋ ଡାଉନ୍‌ପେମେଣ୍ଟ୍‌ ଦେଇ ଜିନିଷ କିଣିପାରିବେ। ରିଲାଏନ୍ସ ଡିଜିଟାଲ୍‌ରେ ୨୦୦ରୁ ଅଧିକ ଜାତୀୟ ଓ ଆନ୍ତର୍ଜାତିକ ବ୍ରାଣ୍ଡ୍‌ର ୪୦୦୦ରୁ ଅଧିକ ଉତ୍ପାଦ ବିକ୍ରି କରାଯାଉଛି। ଗ୍ରାହକମାନେ ଏହି ଷ୍ଟୋର୍‌ଗୁଡ଼ିକରେ ଏଲ୍‌ଇଡି/ଏଲ୍‌ସିଡି ଟିଭି, ହୋମ୍‌ ଥିଏଟର୍‌, ଡିଜିଟାଲ୍‌ କ୍ୟାମେରା, ମୋବାଇଲ୍‌ ଫୋନ୍‌, ଲାପ୍‌ଟପ୍‌ ଓ ଆଇଟି ଉପକରଣ କିଣିପାରିବେ।

ସମ୍ବନ୍ଧିତ ଖବର