ରିଲାଏନ୍ସ ଡିଜିଟାଲ୍‌ର ‘ଡିଜିଟାଲ ଇଣ୍ଡିଆ ସେଲ୍‌’

ଭୁବନେଶ୍ବର: ରିଲାଏନ୍‌ସ ଡିଜିଟାଲ୍ ଜୁଲାଇ ୨୬ରେ ଭାରତର ସର୍ବବୃହତ୍ ଇଲେକ୍‌ଟ୍ରୋନିକ୍‌ସ ସେଲ୍ – ‘ଡିଜିଟାଲ୍ ଇଣ୍ଡିଆ ସେଲ’ର ଆରମ୍ଭ କରିବ। ଏହି ସେଲ୍ ରିଲାଏନ୍‌ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ଲାଇଭ୍ ହେବ। ଏହା ମଧ୍ୟ \Rwww.reliancedigital.in ରେ ଉପଲବ୍ଧ ହେବ । ଗ୍ରାହକମାନେ ବ୍ୟାପକ ବର୍ଗର ଇଲେକଟ୍ରୋନିକ୍ ସାମଗ୍ରୀ ଅତୁଳନୀୟ ମୂଲ୍ୟ ଏବଂ ରିହାତିରେ ପାଇପାରିବେ। ଏହା ସହିତ ଜୁଲାଇ ୨୨ରୁ ଅଗଷ୍ଟ ୫ ମଧ୍ୟରେ ଏସ୍‌ବିଆଇ କ୍ରେଡିଟ୍ କାର୍ଡରେ ସର୍ବନିମ୍ନ ୧୦ ହଜାର ଟଙ୍କାର କାରବାର କରି ୧୦% କ୍ୟାସବ୍ୟାକ୍ ପାଇପାରିବେ। ଏସ୍‌ବିଆଇ କ୍ରେଡିଟ୍ କାର୍ଡ କାରବାରରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ସଂଚୟ କରିପାରିବେ ।

ଏହି ଅଫର ମଧ୍ୟ ଏସବିଆଇ କ୍ରେଡିଟ୍ କାର୍ଡ ଇଏମଆଇ ଟ୍ରାନ୍‌ଜାକ୍‌ସନରେ ଉପଲବ୍ଧ ରହିଛି। ଟେଲିଭିଜନ, ହୋମ୍ ଆପ୍ଲାଏନ୍‌ସେସ୍‌, ମୋବାଇଲ୍ ଫୋନ୍‌, ଲାପଟପ୍ ଓ ଆକ୍‌ସେସୋରିରେ ସ୍ୱତନ୍ତ୍ର ଅଫରମାନ ଉପଲବ୍ଧ ରହିଛି। ଡିଜିଟାଲ୍ ଇଣ୍ଡିଆ ସେଲ୍ ଅନୁଭୂତିକୁ ସହଜ ଫାଇନାନ୍ସ ଓ ଇଏମଆଇ ବିକଳ୍ପ ସହିତ ଆହୁରି ଆକର୍ଷଣୀୟ କରାଯାଇଛି। ଗ୍ରାହକଙ୍କ ପାଇଁ ଦ୍ରୁତତମ ଡେଲିଭରି ଏବଂ ନିକଟତମ ଷ୍ଟୋର୍‌ରୁ ପିକ୍‌-ଅପ୍ ସୁବିଧା ରହିଛି।

ସମ୍ବନ୍ଧିତ ଖବର