ରିଲାଏନ୍ସ ଫାଉଣ୍ଡେସନ୍‌ର ଡିଜିଟାଲ୍‌ ସୂଚନା ସେବା

୫୦ ଲକ୍ଷରୁ ଅଧିକ ଲୋକ ଉପକୃତ

ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ୍‌ ପକ୍ଷରୁ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଚାଷୀ, ମତ୍ସ୍ୟଜୀବୀ, ଯୁବପିଢ଼ିଙ୍କୁ ବିଭିନ୍ନ ଗୁରୁତ୍ୱ ଡିଜିଟାଲ୍‌ ସୂଚନା ପ୍ରଦାନ କରାଯାଉଛି। ଓଡ଼ିଶା ସମେତ ୧୧ଟି ରାଜ୍ୟରେ ଏହି ସୂଚନା ପ୍ରଦାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ସେବା ଦ୍ୱାରା ୫୦ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇସାରିଲେଣି ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି। ରିଲାଏନ୍ସ ଜିଓର ସ୍ଥାନୀୟ କାର୍ଯ୍ୟାଳୟରେ ଆୟୋଜିତ ଭିଡିଓ କନ୍‌ଫରେନ୍ସିଂରେ ଫାଉଣ୍ଡେସନ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୋବାଇଲ୍‌, କେବୁଲ ଟିଭି, ରେଡିଓ, ଛାପା ଗଣମାଧ୍ୟମ ଓ ଅଡିଓ/ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସୂଚନା ଦିଆଯାଉଛି। ପାଣିପାଗ ସୂଚନାଠାରୁ ଆରମ୍ଭ କରି ଗାଈଗୋରୁମାନଙ୍କ ରୋଗ ସମ୍ପର୍କିତ ପରାମର୍ଶ, ସରକାରୀ ସ୍କିମ୍‌ର ଲାଭ, ସବ୍‌ସିଡି, ଆତ୍ମନିଯୁକ୍ତିର ସୁଯୋଗ, ଆୟ ସୃଷ୍ଟିକାରୀ ଉତ୍ସ, ଜୀବନଜୀବିକା ସୁଯୋଗ ଆଦି ବିଭିନ୍ନ ବିଷୟ ଉପରେ ଲୋକମାନଙ୍କୁ ଫାଉଣ୍ଡେସନ ପକ୍ଷରୁ ସୂଚନା ପ୍ରଦାନ କରାଯାଉଛି। ଲୋକଙ୍କୁ ସଠିକ୍‌ ସୂଚନା ଦେବା ପାଇଁ ଏହା ୭୦୦ରୁ ଅଧିକ ଅନୁଷ୍ଠାନ ସହିତ ବୁଝାମଣା କରିଛି। ଲୋକଙ୍କ ପ୍ରଶ୍ନର ଉତ୍ତର ପ୍ରଦାନ କରିବାରେ ଫାଉଣ୍ଡେସନ୍‌୍‌କୁ ୭୦୦ରୁ ଅଧିକ ସଂସ୍ଥା ସାହାଯ୍ୟ କରୁଛନ୍ତି। ବିଶ୍ୱବିଦ୍ୟାଳୟ, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଗବେଷଣା ପ୍ରତିଷ୍ଠାନ, ସରକାରୀ ବିଭାଗ, ଡାକ୍ତରଖାନା, ବ୍ୟାଙ୍କ ଓ ବ୍ୟବସାୟୀମାନେ ଏହି ସବୁ ସୂଚନା ଫାଉଣ୍ଡେସନ୍‌କୁ ପ୍ରଦାନ କରୁଛନ୍ତି। ଲୋକମାନଙ୍କ ପାଇଁ ଦେୟମୁକ୍ତ ନମ୍ବର ଜାରି କରାଯାଇଛି ଯାହା ଜରିଆରେ ସେମାନେ ଫୋନ୍‌ ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ ସୂତ୍ର ପାଇପାରୁଛନ୍ତି।

ସମ୍ବନ୍ଧିତ ଖବର