ରିଲାଏନ୍ସ ଫ୍ରେସ୍‌ ଏବଂ ରିଲାଏନ୍ସ ସ୍ମାର୍ଟର ‘ଫୁଲ୍‌ ପଇସା ଅସୁଲ୍‌ ସେଲ୍‌’ ଆରମ୍ଭ

ଭୁବନେଶ୍ୱର: ରିଲାଏନ୍ସ ଫ୍ରେସ ପକ୍ଷରୁ ଆରମ୍ଭ ହେଲା ‘ଫୁଲ୍‌ ପଇସା ଅସୁଲ୍‌ ସେଲ୍‌’ ଅଫର | ୨୦୨୦ର ଏହି ପ୍ରଥମ ସେଲ୍‌ ଦେଶ ବ୍ୟାପି ସବୁ ରିଲାଏନ୍ସ ଫ୍ରେସ୍‌ ଏବଂ ସ୍ମାର୍ଟ ଷ୍ଟୋର୍‌ରେ ଉପଲବ୍ଧ କରାଯାଇଛି | ରିଲାଏନ୍ସ ରିଟେଲ ବର୍ଷକୁ ଦୁଇ ଥର ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଉଥିବା ଫୁଲ୍‌ ପଇସା ଅସୁଲ ସେଲ୍‌ର ଅଫର ଗ୍ରାହକମାନେ ଜାନୁଆରୀ ୨୨ରୁ ଜାନୁୟାରୀ ୨୬ ତାରିଖ ଯାଏ ସମସ୍ତ ରିଲାଏନ୍ସ ଫ୍ରେସ୍‌ ଏବଂ ସ୍ମାର୍ଟ ଷ୍ଟୋର୍‌ରେ ପାଇପାରିବେ । ‘ଫୁଲ୍‌ ପଇସା ଅସୁଲ୍‌ ସେଲ୍‌’ର ପୁରା ୫ ଦିନ ମଧ୍ୟରେ ଗ୍ରାହକମାନେ ତେଜରାତି ସାମଗ୍ରୀ, ଫଳ ଏବଂ ପନିପରିବା, ରୋଷେଇ ଓ ଘରକରଣା ସାମଗ୍ରୀ ଏବଂ ଅନ୍ୟ ସାଧାରଣ ସାମଗ୍ରୀ ଆଦି ସମସ୍ତ ଉତ୍ପାଦ ଉପରେ ଭଲ ଅଫର୍‌ ପାଇପାରିବେ ।

ରିଲାଏନ୍ସ ଫ୍ରେସ୍‌ ଆଣ୍ଡ୍‌ ସ୍ମାର୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଦାମୋଦର ମଲ୍‌ଙ୍କ କହିବା ଅନୁଯାୟୀ, ଆମ ଭଳି ଉତ୍ପାଦ ସୁପରମାର୍କେଟ୍‌ ବ୍ରାଣ୍ଡ୍‌ ବର୍ଷ ବର୍ଷ ଧରି ଗ୍ରାହକଙ୍କ ଆଖପାଖରେ ଉପସ୍ଥିତି ଜାହିର କରି ସେମାନଙ୍କ ନିୟମିତ ରୁଟିନ୍‌ର ଅଂଶବିଶେଷ ହୋଇସାରିଛି । ଜନଗୋଷ୍ଠୀ ଏବଂ ସେମାନଙ୍କ ଜୀବନକୁ ଛୁଇଁପାରିଥିବା ଆନନ୍ଦ, ଉତ୍ସବ ତଥା ପର୍ବପର୍ବାଣୀର ଆମେ ଅଂଶବିଶେଷ ପାଲଟିଛୁ । ଏଭଳି କାର୍ଯ୍ୟକ୍ରମ ଆମକୁ ଗ୍ରାହକମାନଙ୍କୁ କିଛି କହିବା ଏବଂ ସେମାନଙ୍କ ସହ ଯୋଡ଼ିହେବାର ସୁଯୋଗ ଦେଉଛି’ ।

ରିଲାଏନ୍ସ ଫ୍ରେସ୍‌ ଏବଂ ରିଲାଏନ୍ସ ସ୍ମାର୍ଟ କିଛି ବର୍ଷ ମଧ୍ୟରେ ନିରବଚ୍ଛିନ୍ନ ଅଭିବୃଦ୍ଧି ହାସଲ କରିଛି ଏବଂ ଏବେ ରିଲାଏନ୍ସ ରିଟେଲ୍‌ ଦ୍ୱାରା ୭୦୦ରୁ ଉର୍ଦ୍ଧ୍ବ ଫ୍ରେସ୍‌ / ସ୍ମାର୍ଟ ଷ୍ଟୋର୍‌ ପରିଚାଳିତ ହେଉଛି ।

ସମ୍ବନ୍ଧିତ ଖବର