ରିଲାଏନ୍ସ୍‌-ଫ୍ୟୁଚର୍‌ ରିଟେଲ୍‌ ଡିଲ୍‌: ଆମାଜନ୍‌ ସପକ୍ଷରେ ରାୟ ଦେଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ‘ରିଲାଏନ୍‌ସ୍‌ ରିଟେଲ୍‌’ ସହ ‘ଫ୍ୟୁଚର୍‌ ରିଟେଲ୍‌ ଲିମିଟେଡ୍‌’ର ମିଶ୍ରଣ ନିମନ୍ତେ ହୋଇଥିବା ୨୪,୭୧୩ କୋଟି ଟଙ୍କାର ରାଜିନାମା ବିରୋଧରେ ବିଶାଳ ଇ-କମର୍ସ ସଂସ୍ଥାନ ‘ଆମାଜନ୍‌ ଡଟ୍‌ କଅମ୍‌’ ଫାଇଲ୍‌ କରିଥିବା ଆବେଦନ ସପକ୍ଷରେ ଆଜି ସୁପ୍ରିମ୍‌ କୋର୍ଟ ରାୟ ଦେଇଛନ୍ତି।

ଭାରତୀୟ ଆଇନ ଅନୁସାରେ ‘ଏମର୍ଜେନ୍ସି ଆୱାଡ୍‌’ ପ୍ରବର୍ତ୍ତନ କରାଯାଇ ପାରିବ ବୋଲି କହିବା ସହ ଶୀର୍ଷ ଅଦାଲତଙ୍କ ଖଣ୍ଡପୀଠ ପୂର୍ବରୁ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ବଜାୟ ରଖିଛନ୍ତି।

Image Courtesy of NDTV

‘ଇମର୍ଜେନ୍ସି ଆୱାର୍ଡ ଅର୍ଡର୍‌’ ହେଉଛି ଧାରା ୧୭(୧) ଅନ୍ତର୍ଗତ ଏକ ଆଦେଶନାମା। ଏହାକୁ ‘ଆର୍ବିଟ୍ରେସନ୍‌ ଆକ୍ଟ’ର ଧାରା ୧୭(୨) ବଳରେ ପ୍ରବର୍ତ୍ତନ କରାଯାଇ ପାରିବ ବ‌ୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

‘ରିଲାଏନ୍‌ସ୍‌ ରିଟେଲ୍‌’ ସହ ‘ଫ୍ୟୁଚର୍‌ ରିଟେଲ୍‌ ଲିମିଟେଡ୍‌’ର ରାଜିନାମା ବିରୋଧରେ ବିଶାଳ ଇ-କମର୍ସ ସଂସ୍ଥାନ ‘ଆମାଜନ୍‌ ଡଟ୍‌ କଅମ୍‌’ କରିଥିବା ଆବେଦନ ଉପରେ ଶୀର୍ଷ ଅଦାଲତ ଗୁରୁବାର ଦିନ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।

ଉପରୋକ୍ତ ରାଜିନାମା କାରଣରୁ  ‘ଆମାଜନ୍‌ ଡଟ୍‌ କଅମ୍‌ ଏନ୍‌ ଭି ଇଭେଷ୍ଟମେଣ୍ଟ୍‌ ହୋଲ୍‌ଡିଙ୍ଗ୍‌ସ୍‌ ଏଲ୍‌ଏଲ୍‌ସି’ ଏବଂ ‘ଏଫ୍‌ଆର୍‌ଏଲ୍‌’ ମଧ୍ୟରେ ଆଇନଗତ ବିବାଦ ତିକ୍ତତର ହୋଇଥିଲା। ଫଳରେ ଯୁକ୍ତରାଷ୍ଟ୍ର ଆମେରିକାର ସଂସ୍ଥାନ ‘ଆମାଜନ୍‌ ଡଟ୍‌ କଅମ୍‌’ ସୁପ୍ରିମ୍‌ କୋର୍ଟରେ କରିଥିବା ଆବେଦନରେ ଦର୍ଶାଇ ଥିଲା କି, ମିଶ୍ରଣ ଦିଗରେ ଅଗ୍ରସର ହେବାରୁ ‘ଏଫ୍‌ଆର୍‌ଏଲ୍‌’କୁ ବାଧା ଦେଉଥିବା ‘ସିଙ୍ଗାପୁର ଏମର୍ଜେନ୍ସି ଆର୍ବିଟର୍‌ ଆୱାର୍ଡ’ ବୈଧ୍ୟ ଏବଂ ପ୍ରବର୍ତ୍ତନଯୋଗ୍ୟ।

ସମ୍ବନ୍ଧିତ ଖବର