ପ୍ଲାଷ୍ଟିକ୍‌‌ରେ ସଡ଼କ ନିର୍ମାଣ କରିବା ମୁକେଶଙ୍କ ଲକ୍ଷ୍ୟ

ମୁମ୍ବାଇ : ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପ୍ଲାଷ୍ଟିକ୍ ବର୍ଜ୍ୟକୁ ନେଇ ଏକ ଉତ୍ପାଦ ପ୍ରସ୍ତୁତ କରିଛି ଯାହାକୁ ସଡ଼କ ନିର୍ମାଣରେ ବ୍ୟବହାର କରାଯାଇପାରିବ। ମହାରାଷ୍ଟ୍ରରେ ନିର୍ମାଣ କରାଯାଇଥିବା ଏକ ସଡ଼କରେ ବିଟୁମିନ୍ ସହିତ ସେହି ପ୍ଲାଷ୍ଟିକ୍‌ରୁ ପ୍ରସ୍ତୁତ ଉତ୍ପାଦକୁ ମିଶ୍ରଣ କରାଯାଇଥିଲା। ଏହାର ସଫଳତା ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେହି ଉତ୍ପାଦକୁ ବ୍ୟାବସାୟିକ ଭିତ୍ତିରେ ବିକ୍ରି କରିବା ଲାଗି ଯୋଜନା ପ୍ରସ୍ତୁତ କରିଛି। ଏନେଇ କଂପାନି ତରଫରୁ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)କୁ ଏକ ପ୍ରସ୍ତାବ ଦିଆଯାଇଛି। କଂପାନି ଏନେଇ ଉଭୟ ଉତ୍ପାଦ ଓ ପ୍ରଯୁକ୍ତି ସହାୟତା ପ୍ରଦାନ କରିବ। ଭାରତରେ ଦୈନିକ ୨୫,୯୪୦ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି। ବର୍ଜ୍ୟବସ୍ତୁ ପରିଚାଳନା ଦେଶର ଏକ ପ୍ରମୁଖ ସମସ୍ୟା ହୋଇ ରହିଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପ୍ରତିବର୍ଷ ୨୦୦ କୋଟି ବ୍ୟବହୃତ ପିଇଟି ବୋତଲକୁ ପ୍ରକ୍ରିୟାକରଣ କରୁଛି।

ସମ୍ବନ୍ଧିତ ଖବର