ଦୁଇ ଦିନ ମଧ୍ୟରେ ୨୯,୦୦୦କୋଟି ବଢ଼ିଲା ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି

ନୂଆଦିଲ୍ଲୀ : ଭାରତର ସବୁଠାରୁ ଧନୀ ବ୍ୟକ୍ତି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୁଇ ଦିନ ମଧ୍ୟରେ ତାଙ୍କ ସମ୍ପତ୍ତି ୨୯,୦୦୦କୋଟି ବଢ଼ିଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଦୁଇ ଦିନ ପୂର୍ବରୁ ଆୟୋଜିତ ହୋଇଥିବା ରିଲାଏନ୍ସର ଏଜିଏମ୍‌ ବୈଠକ ପରେ ମୁକେଶ ଅମ୍ବାନୀଙ୍କୁ ଏହି ଲାଭ ମିଳିଥିବା ଜଣା ପଡ଼ିଛି । ଦୁଇ ଦିନ ମଧ୍ୟରେ ୨୯,୦୦୦କୋଟି ବଢ଼ିବା ପରେ ଏବେ ବିଶ୍ୱ ଧନୀ ସୂଚୀରେ ୧୩ତମ ସ୍ଥାନରେ ଅଛନ୍ତି ମୁକେଶ ଅମ୍ବାନୀ ।

Image result for mukesh-ambani
NDTV

ସୂଚନା ମୁତାବକ, ଏଜିଏମ୍‌ ବୈଠକରେ ରିଲାଏନ୍ସ ଅନେକ ବଡ଼ ବଡ଼ ଘୋଷଣା କରିବା ସହ ୧୮ମାସ ମଧ୍ୟରେ କମ୍ପାନୀକୁ ଋଣ ମୁକ୍ତ କରିବାର ଘୋଷଣା କରିଥିଲେ ମୁକେଶ ଅମ୍ବାନୀ । ଏହା ସହ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଓ ପୁଅ ଆକାଶ ଅମ୍ବାନୀ ଜିଓ ହୋଲୋବୋର୍ଡ ଲଞ୍ଚ କରିବା ନେଇ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର