ମୁମ୍ବାଇ: ଇଲେକ୍ଟ୍ରିକ୍ କାର୍ ଉଦ୍ୟୋଗରେ ପ୍ରବେଶ କରିବ ରିଲାଏନ୍ସ । କିନ୍ତୁ ବଡ଼ଭାଇ ମୁକେଶ ଅମ୍ବାନି ନୁହନ୍ତି, ସାନଭାଇ ଅନୀଲ ଅମ୍ବାନି ଏହି ଉଦ୍ୟୋଗରେ ପ୍ରବେଶ କରିବାକୁ ଯାଉଛନ୍ତି ।

Advertisment

ଅନୀଲ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଇଲେକ୍ଟ୍ରୋନିକ୍ କାର୍ ବଜାରରେ ଧମାଲ ମଚାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି।  ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଇଲେକ୍ଟ୍ରିକ୍ କାର୍ ସମେତ ବ୍ୟାଟେରୀ ତିଆରି କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଏଥିପାଇଁ ରିଲାଏନ୍ସ ଇନଫ୍ରା ଚୀନର ଲୋକପ୍ରିୟ ଇଲେକ୍ଟ୍ରିକ୍ କାର୍ ନିର୍ମାତା ବିୱାଇଡିର ଜଣେ ପୂର୍ବତନ ଅଧିକାରୀଙ୍କୁ ନିଯୁକ୍ତ କରିଛି।

ଅନୀଲ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଇଲେକ୍ଟ୍ରୋନିକ୍ କାର୍ ବଜାରରେ ଧମାଲ ମଚାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି।  ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଇଲେକ୍ଟ୍ରିକ୍ କାର୍ ସମେତ ବ୍ୟାଟେରୀ ତିଆରି କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଏଥିପାଇଁ କମ୍ପାନି ଚୀନର ଲୋକପ୍ରିୟ ଇଲେକ୍ଟ୍ରିକ୍ କାର୍ ନିର୍ମାତା ବିୱାଇଡିର ଜଣେ ପୂର୍ବତନ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିଛି।

ବିଜନେସ ଷ୍ଟାଣ୍ଡାର୍ଡର ଏକ ରିପୋର୍ଟ ଅନୁସାରେ ଇଭି ପ୍ଲାଣ୍ଟର ଖର୍ଚ୍ଚ ପାଇଁ ସେମାନେ ଗବେଷଣା ଆରମ୍ଭ କରିଛନ୍ତି। ଏହି କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୨.୫ ଲକ୍ଷ ଗାଡ଼ି ହେବ। ଆଗାମୀ କିଛି ବର୍ଷ ମଧ୍ୟରେ ଏହାକୁ ୭.୫୦ ଲକ୍ଷ ଗାଡ଼ିକୁ ବୃଦ୍ଧି କରାଯିବ। ଏହା ବ୍ୟତୀତ କମ୍ପାନୀ ୧୦ ଗିଗାୱାଟ ଘଣ୍ଟା (ଜିଡବ୍ଲୁଏଚ) କ୍ଷମତା ବିଶିଷ୍ଟ ଏକ ବ୍ୟାଟେରୀ ପ୍ଲାଣ୍ଟ ସ୍ଥାପନ କରିବାକୁ ଚାହୁଁଛି । ପରେ ଏହାକୁ ୭୫ ଗିଗାୱାଟ ଘଣ୍ଟାକୁ ବୃଦ୍ଧି କରାଯିବ। ବର୍ତ୍ତମାନ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଏହି ପ୍ଲାନ ବିଷୟରେ କିଛି କହିନାହିଁ । ତେବେ ଏହି ରିପୋର୍ଟ ଆସିବା ପରେ କମ୍ପାନୀର ସେୟାର ପ୍ରାୟ ୨ ପ୍ରତିଶତ ବୃଦ୍ଧି ପାଇଛି । 

 ସୂଚନାଯୋଗ୍ୟ ଯେ, ଅନୀଲଙ୍କ ବଡ଼ ଭାଇ ମୁକେଶ ଅମ୍ବାନିଙ୍କ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏ ପର୍ଯ୍ୟନ୍ତ ଇ-କାର ଉଦ୍ୟୋଗରେ ପ୍ରବେଶ କରିନଥିଲେ ମଧ୍ୟ ବ୍ୟାଟେରି ଉତ୍ପାଦନ ଉଦ୍ୟୋଗରେ ପ୍ରବେଶ କରିସାରିଛି ।