ରିଲାଏନ୍ସ ଜୁଏଲ୍ସର ‘ଆଭାର’ ଗହଣା ସମ୍ଭାର

ଭୁବନେଶ୍ୱର: ରିଲାଏନ୍ସ ଜୁଏଲ୍ସ ଏହାର ୧୧ ବର୍ଷ ପୂର୍ତି ପାଳନ କରୁଛି। ଏହି ଅବସରରେ କଂପାନି ପକ୍ଷରୁ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଡିଜାଇନର୍‌ ଗହଣା ସମ୍ଭାର ‘ଆଭାର୍‌’କୁ ଉନ୍ମୋଚନ କରାଯାଇଛି। ପ୍ରକୃତିର ସୌନ୍ଦର୍ଯ୍ୟରୁ ଅନୁପ୍ରାଣିତ ହୋଇ ଏହି ସମ୍ଭାରର ଗହଣାଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ଗହଣା ଭିତରେ ରହିଛି ସୁନା ଓ ହୀରାର ପେଣ୍ଡେଣ୍ଟ୍‌ ସେଟ୍‌ ଓ ଇୟର୍‌ ରିଙ୍ଗ୍‌। ଏହା ବ୍ୟତୀତ କଂପାନି ପକ୍ଷରୁ ସ୍ୱତନ୍ତ୍ର ବାର୍ଷିକୀ ଅଫର ଘୋଷଣା କରାଯାଇଛି। ସୁନା ଗହଣା ଗଢ଼ା ମୂଲ୍ୟ ଉପରେ ୪୦% ପର୍ଯ୍ୟନ୍ତ, ସୁନା କଏନ୍‌ ଗଢ଼ା ମୂଲ୍ୟ ଉପରେ ୭୫% ପର୍ଯ୍ୟନ୍ତ ଓ ହୀରା ଗହଣା ମୂଲ୍ୟ ଉପରେ ୩୫% ରିହାତି ଘୋଷଣା କରାଯାଇଛି। ଏହି ଅଫର ଚଳିତ ମାସ ୧୯ ପର୍ଯ୍ୟନ୍ତ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର