ଭୁବନେଶ୍ବର : ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ସ୍ବତନ୍ତ୍ର ଭାଲେଣ୍ଟାଇନ୍ସ ଡେ’ ପରିପ୍ରେକ୍ଷୀରେ ନୂଆ ଗହଣା ସମ୍ଭାର ଫ୍ଲୋରେଓକୁ ଉନ୍ମୋଚନ କରାଯାଇଛି ଯାହାର ଡିଜାଇନ୍ ଗଛ ଓ ଫୁଲ ଦ୍ୱାରା ଅନୁପ୍ରେଣିତ। ପ୍ରତିଟି ଗହଣାକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯାହା ପ୍ରେମର ଭାଷାକୁ ପରିବ୍ୟାପ୍ତ କରୁଛି। ଏହି ସମ୍ଭାରରେ ରହିଛି ରୋଜ୍ ଗୋଲ୍ଡ ଓ ୟେଲୋ ଗୋଲ୍ଡରେ ରିଙ୍ଗ୍ ଓ ପେଣ୍ଡାଣ୍ଟ୍। ଏହାର ମୂଲ୍ୟ ୧୨ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ନୂତନ ସମ୍ଭାର ସହିତ କଂପାନି ‘ଡ୍ରିମ୍ ଡାଏମଣ୍ଡ ସେଲ୍’ ଅଫର ଘୋଷଣା କରିଛି ଯାହା ଫେବ୍ରୁୟାରି ୨୮ ପର୍ଯ୍ୟନ୍ତ ଜାରି ରହିବ। ଏହି ଅଫର ମାଧ୍ୟମରେ ରିଲାଏନ୍ସ ଜୁଏଲ୍ସରେ ଡାଏମଣ୍ଡ ଉତ୍ପାଦର ଇନ୍ଭଏସ୍ ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ରହିଛି । ଗ୍ରାହକମାନେ ମଧ୍ୟ ସୁନା ଗହଣାର ଗଢ଼ା ମଜୁରୀ ଉପରେ ୨୫% ଛାଡ଼ ଉପଲବ୍ଧ କରିପାରିବେ। କଂପାନିର ସିଇଓ ସୁନିଲ୍ ନାୟକ କହିଛନ୍ତି ଯେ ଆମେ ଆଶା କରୁଛୁ ଫ୍ଲୋରେଓ ସମ୍ଭାର ମାଧ୍ୟମରେ ଆମର ଗ୍ରାହକମାନେ ତାଙ୍କର ପ୍ରିୟଜନଙ୍କ ସହିତ ସମ୍ପର୍କକୁ ଆହୁରି ଦୃଢ଼ କରିପାରିବେ।
ରିଲାଏନ୍ସ ଜୁଏଲସ୍ର ନୂଆ ସମ୍ଭାର ‘ଫ୍ଲୋରେଓ’
/sambad/media/post_attachments/wp-content/uploads/2022/02/Reliance-Valentine627655-_-01.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)