ରିଲାଏନ୍ସ ଜୁଏଲ୍‌ସର ‘ବେଲା’ ଗହଣା ସମ୍ଭାର

ଭୁବନେଶ୍ବର : ରିଲାଏନ୍ସ ଜୁଏଲ୍‌ସ ପକ୍ଷରୁ ସ୍ବତନ୍ତ୍ର ବେଲା ଗହଣା ସମ୍ଭାରକୁ ଉନ୍ମୋଚନ କରାଯାଇଛି। ନୂଆ ପିଢ଼ିର ମହିଳାମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗହଣାଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ସେଗୁଡ଼ିକୁ ସେମାନେ ପ୍ରତିଦିନ ବ୍ୟବହାର କରିପାରିବେ। ରୋଜ୍ ଗୋଲ୍ଡ ଓ ସେମି ପ୍ରିସିୟସ୍‌ କଲର୍‌ ଷ୍ଟୋନ୍‌ରେ ଗହଣାଗୁଡ଼ିକୁ ପ୍ରସ୍ତୁତ କରାଯାଇଛି।

ଲାରିଆଟ୍ ଷ୍ଟାଇଲ୍‌ର ନେକ୍‌ଓୟାର ଓ ହାଲୁକା ଇୟରରିଙ୍ଗ୍‌ ଆଦିକୁ ପିନ୍ଧି ମହିଳାମ‌ା‌ନେ ସପିଙ୍ଗ୍‌, ରାତ୍ରୀଭୋଜନ କରିବା ଲାଗି ଯାଇପାରିବେ ଓ ଛୋଟ ପାର୍ଟିରେ ମଧ୍ୟ ତାହାକୁ ପିନ୍ଧି ପାରିବେ। ୧୪ କ୍ୟାରେଟ ସୁନାରେ ନେକ୍‌ଲେସ୍‌, ବ୍ରେସ୍‌ଲେଟ୍ ଓ ଇୟର ରିଙ୍ଗ୍‌ ମଧ୍ୟ ମିଳୁଛି। ଗହଣାଗୁଡ଼ିକର ମୂଲ୍ୟ ୫,୫୦୦ ଟଙ୍କାରୁ ଆରମ୍ଭ ହୋଇଛି। ନୂତନ ଗହଣା ସମ୍ଭାରକୁ ନେଇ ଆମେ ଅତ୍ୟନ୍ତ ଉତ୍ସାହିତ ଅଛୁ। ଆଜିର ମହିଳାମାନେ ଖୋଜୁଥିବା ଷ୍ଟାଇଲ ଓ କାରିଗରୀକୁ ସେଥିରେ ସାମିଲ କରାଯାଇଛି ବୋଲି କଂପାନିର ସିଇଓ ସୁନିଲ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର