ପାର୍ବଣର ଶୁଭ ଅବସରରେ ରିଲାଏନ୍ସ ଜୁଏଲ୍ସ ବଜାରକୁ ଛାଡ଼ିଲା ‘ଉତ୍କଳ’ କଲେକ୍ସନ୍

ନୂଆଦିଲ୍ଲୀ:  ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରି ବ୍ରାଣ୍ଡ୍ ପାର୍ବଣ ଅବସରରେ ଏହାର ସ୍ୱତନ୍ତ୍ର ଜୁଏଲାରୀ ସମ୍ଭାର ‘ଉତ୍କଳ’ର ଶୁଭାରମ୍ଭ କରିଛି । ଏହି ସ୍ୱତନ୍ତ୍ର କଲେକ୍ସନ ବା ସମ୍ଭାର ଓଡ଼ିଶାର କଳା, ପରମ୍ପରା ଓ ସଂସ୍କୃତିର ଚିହ୍ନ ବହନ କରୁଥିବା ଭାସ୍କର୍ଯ୍ୟ, ଶୈଳୀ ଓ ଡିଜାଇନ୍ ଆଧାରରେ ପ୍ରସ୍ତୁତ କରାଯାଇଛି।

ଏଥିମଧ୍ୟରେ ଅନ୍ତର୍ଭୁକ୍ତ ରହିଛି କୋଣାର୍କ ସୂର୍ଯ୍ୟ ମନ୍ଦିର କାରୁକାର୍ଯ୍ୟ, ମୁକ୍ତେଶ୍ୱର ମନ୍ଦିର କଳା, ପୁରୀ ଜଗନ୍ନାଥ ମନ୍ଦିର କଳା, ସିନ୍ଥି ନୃତ୍ୟ କଳା, ବୋଇତ ବନ୍ଦାଣ ନୌବାଣିଜ୍ୟ ପରମ୍ପରା ଓ ଆକର୍ଷଣୀୟ ପଟ୍ଟଚିତ୍ର କଳା । ଓଡ଼ିଶାର ଏହି ଏତିହ୍ୟ ସମ୍ପନ୍ନ କଳାସଂସ୍କୃତିର ଚିହ୍ନ ଗ୍ରାହକମାନେ ସୁନା ଓ ହୀରାର ସୁନ୍ଦର ନେକ୍‌ଲେସ, ଇୟରିଂ ଆଦି ମାଧ୍ୟମରେ ପାଇପାରିବେ । ବିଭିନ୍ନ ଉତ୍ସବ ଓ ଅବସର ପାଇଁ ମନପସନ୍ଦ ଚୋକର ସେଟ୍ ଠାରୁ ଆରମ୍ଭ କରି ଛୋଟ ନେକ୍‌ଲେସ୍ ଓ ଆକର୍ଷଣୀୟ ସୁଦୀର୍ଘ ନେକଲେସ୍ ସେଟ୍ ସମେତ ବିବିଧ ଓ ବ୍ୟାପକ ଡିଜାଇନ୍‌ର ଅଳଙ୍କାର ବିଭିନ୍ନ ବଜେଟରେ ଉପଲବ୍ଧ ରହିଛି । ଏହି ଗୋଲ୍ଡ କଲେକ୍ସନର ଡିଜାଇନ୍ ୨୨ କ୍ୟାରେଟ୍ ଗୋଲ୍ଡରେ ପ୍ରସ୍ତୁତ ଓ ଏଥିମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ସୁନ୍ଦର ମନ୍ଦିର ଶୈଳୀର ଅଳଙ୍କାର, ଆଂଟିକ୍ ଓ ୟେଲୋ ଗୋଲ୍ଡ ଫିନିସ୍ ଅଳଙ୍କାର ତଥା ସୁନ୍ଦର ତାରକସି ଷ୍ଟାଇଲ୍ ଅଳଙ୍କାର ଗୋଲ୍ଡ ଓ ଆଂଟିକ୍ ଫିନିସ୍ ସହିତ । ସେହିଭଳି ୧୮ କ୍ୟାରେଟ୍ ସୁନାରେ ଖଚିତ ଡାଏମଣ୍ଡ ବା ହୀରା ସେଟ୍ ପାର୍ବଣ ଓ ଏହିପରି ସମୟ ପାଇଁ ବେଶ୍ ଉପଯୁକ୍ତ ଅଟେ । ଉତ୍କଳ କଲେକ୍ସନର ବିଭିନ୍ନ ଡିଜାଇନ୍ ସମ୍ଭାରକୁ  https://youtu.be/ioFuUaHX8Ck ରେ ଦେଖାଯାଇପାରିବ ।

ଉତ୍କଳ କଲେକ୍ସନରେ ରହିଥିବା ଓଡିଶାର ବିଭିନ୍ନ କଳାତ୍ମକ ଉତ୍କର୍ଷ ଗୁଡ଼ିକ ମଧ୍ୟରେ ରହିଛି:
କୋଣାର୍କ ସୂର୍ଯ୍ୟ ମନ୍ଦିର କଲେକ୍ସନ : ଅତ୍ୟନ୍ତ ସୁନ୍ଦର ଭାବରେ ନିର୍ମିତ କୋଣାର୍କର ଚକ ପରି, ଯାହାକି ସମୟର ସଙ୍କେତ ଅଟେ, ଏହି ନେକଲେସ୍ ସେଟ୍ ବିଶ୍ୱବିଖ୍ୟାତ କୋଣାର୍କ ସୂର୍ଯ୍ୟ ମନ୍ଦିର ଡିଜାଇନ୍ ଦ୍ୱାରା ଅନୁପ୍ରେରିତ ଏବଂ ଏହାକୁ ଅତ୍ୟନ୍ତ ଯତ୍ନ ସହକାରେ ପ୍ରସ୍ତୁତ କରାଯାଇଛି ।
ମୁକ୍ତେଶ୍ୱର ମନ୍ଦିର କଲେକ୍ସନ : ଅତ୍ୟନ୍ତ ସୁନ୍ଦର ଭାବରେ ପ୍ରସ୍ତୁତ ଏହି ହାତତିଆରି ଗହଣା ସେଟ୍ ସୁଦୃଶ୍ୟ ମୁକ୍ତେଶ୍ୱର ମନ୍ଦିରର କଳାତ୍ମକ ସଂରଚନାକୁ କେନ୍ଦ୍ରରେ ରଖି ପ୍ରସ୍ତୁତ କରାଯାଇଛି ଯାହାକୁ ଓଡ଼ିଶା କଳା ସ୍ଥାପତ୍ୟର ଏକ ଉତ୍କୃଷ୍ଟ ରତ୍ନ ଭାବେ ବିବେଚନା କରାଯାଇଥାଏ ।
ପୁରୀ ଜଗନ୍ନାଥ କଲେକ୍ସନ: ଏହି ଆକର୍ଷଣୀୟ ଡିଜାଇନକୁ ଅତ୍ୟନ୍ତ ସୂକ୍ଷ୍ମ କାରୁକାର୍ଯ୍ୟ ସହିତ ପ୍ରସ୍ତୁତ କରାଯାଇଛି ଯାହାକି ଓଡ଼ିଶାର ସମୃଦ୍ଧ ଐତିହ୍ୟ ଏବଂ ଓଡ଼ିଶାର ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାଣ ଶୈଳୀର ସଙ୍କେତ ବହନ କରୁଛି ।
ସିନ୍ଥି କଲେକ୍ସନ: ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ପରିଧାନ କରାଯାଉଥିବା ସିନ୍ଥିର ଆଧାରରେ ଏହି ଗହଣାର ଡିଜାଇନ କରାଯାଇଛି ।ଏହା ଅତ୍ୟନ୍ତ ଅନୁପମ ଓ ଏଥିରେ ପାରମ୍ପରିକ ଶୈଳୀ ଏବଂ ଆଧୁନିକ ଢଙ୍ଗର ଉତ୍ତମ ସମନ୍ୱୟ ପ୍ରତିଫଳିତ ହୋଇଛି ।
ବୋଇତ ବନ୍ଦାଣ କଲେକ୍ସନ : ଓଡ଼ିଶାର ବୋଇତ ବନ୍ଦାଣ ପରମ୍ପରା ଓ ନୌବାଣିଜ୍ୟ ଐତିହ୍ୟକୁ ମନେ ପକାଇ ବୋଇତ ବନ୍ଦାଣ ଅନୁପ୍ରେରିତ ନେକ୍‌ଲେସ ସେଟ୍ ପ୍ରସ୍ତୁତ କରାଯାଇଛି ଯାହା ଓଡ଼ିଶାର ପୁରାତନ ସମୟରେ ପାଳନ କରାଯାଉଥିବା ଲୋକ ଉତ୍ସବର ସ୍ମୃତି ବହନ କରୁଛି ।
ପଟ୍ଟଚିତ୍ର କଲେକ୍ସନ: ରିଲାଏନ୍ସ ଜୁଏଲ୍ସର ଉତ୍କଳ କଲେକ୍ସନର ଏକ ଆକର୍ଷଣୀୟ ନେକ୍‌ଲେସ ସେଟ୍ ଭାବରେ ଏହି ସୁନ୍ଦର ଅଳଙ୍କାର କଲେକ୍ସନ ବାସ୍ତବରେ ପ୍ରତିଟି ଅଳଙ୍କାର ସଂଗ୍ରାହକଙ୍କ ପାଇଁ ଇପ୍‌ସିତ ଅଳଙ୍କାର, ଯାହା ଓଡ଼ିଶାର ପଟ୍ଟଚିତ୍ର କଳାରୁ ଅନୁପ୍ରେରିତ ହୋଇଛି । ଏହା ପୁରାତନ କଳାକୌଶଳ ଓ ଚିତ୍ରର ଅନୁକରଣରେ ପ୍ରସ୍ତୁତ କରାଯାଇଛି ।

ଉତ୍କଳ କଲେକ୍ସନର ପ୍ରତ୍ୟେକ ଅଳଙ୍କାର ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ପ୍ରତିପାଦନ କରୁଥିବା ବେଳେ ଏଥିରେ ଭରି ରହିଛି ଉତ୍କୃଷ୍ଟ କାରିଗରି ତଥା ରିଲାଏନ୍ସ ଜୁଏଲ୍ସ ବ୍ରାଣ୍ଡର ଗୁଣବତ୍ତା ଓ ବିଶ୍ୱନୀୟତା । ଏହି ଉତ୍କଳ କଲେକ୍ସନ ସାରା ଭାରତରେ ରିଲାଏନ୍ସ ଜୁଏଲ୍ସ ଆଉଟଲେଟରେ ୧୬ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଉପଲବ୍ଧ ହେଉଛି । ଏଥିସହିତ ସୁନା ଗହଣା ଓ ସୁନା କଏନର ଗଢ଼ା ମଜୁରୀରେ ୩୦% ପର୍ଯ୍ୟନ୍ତ ରିହାତି଼ ରହିଛି । ସେହିଭଳି ଡାଇମଣ୍ଡ୍ ବା ହୀରା ଅଳଙ୍କାର ବିଲ୍ ମୂଲ୍ୟରେ ୩୦% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେଉଛି । ଏହି ଅଫର ୧୬ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ସର୍ତ ଓ ବ୍ୟବସ୍ଥାବଳୀ ସହ ଲାଗୁ ହେବ ।

ସମ୍ବନ୍ଧିତ ଖବର