ରାଉରକେଲା : ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଗହଣା ବ୍ରାଣ୍ଡ, ରିଲାଏନ୍ସ ଜୁଏଲସ୍ ପକ୍ଷରୁ ରାଉରକେଲାର କଚେରି ରୋଡ୍ ଠାରେ ଥିବା ଗୁରନାମ ଟାୱାରରେ ନୂତନ ଷ୍ଟୋର୍ ଖୋଲାଯାଇଛି । ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜୀ ଏହାକୁ ଉଦଘାଟନ କରିଛନ୍ତି । ରାଉରକେଲାର କେନ୍ଦ୍ର ସ୍ଥଳରେ ଥିବା ରିଲାଏନ୍ସ ଜୁଏଲସର ଏହି ଷ୍ଟୋର୍ ସୁବିଧା ସ୍ଥାନରେ ରହିଛି ଏବଂ ଏହା ପୃଷ୍ଠପୋଷକମାନଙ୍କ ଉଦୀୟମାନ ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ ହୋଇରହିଛି ।
ଆଧୁନିକ ଓ ଫ୍ୟାସନେବୁଲ ଡିଜାଇନର ଏହି ନୂତନ ସୋ’ରୁମ ଏହାର ମନୋହର ଆଲୋକ ସାଜସଜ୍ଜା ସହିତ ଉଲ୍ଲସିତ କରିବା ଭଳି ଗ୍ରାହକ ସେବା ଜରିଆରେ ଏହାର ଆଗନ୍ତୁକ ମାନଙ୍କୁ ଉଲ୍ଲସିତ କରିବ । ଏହା ସୁନା, ହୀରା ଏବଂ ସୋଲିଟାରି ଗହଣାର ପାରମ୍ପରିକ ଏବଂ ସମସାମୟିକ ସମ୍ଭାରଗୁଡ଼ିକୁ ପ୍ରଦର୍ଶନ କରିବ । ଏହି ନୂତନ ସୋ’ରୁମ ଏହାର ସ୍ୱତନ୍ତ୍ର ବୈଶିଷ୍ଟ୍ୟ, ପ୍ରତିଟି ଅବସର ପାଇଁ ବ୍ୟାପକ ରେଂଜର ପାରମ୍ପରିକ ଏବଂ ସମସାମୟିକ ଗହଣା, ଆଖିଦୃଶିଆ ଡିସପ୍ଲେ ଜରିଆରେ ରାଉରକେଲାର ପୃଷ୍ଠପୋଷକମାନଙ୍କୁ ନିଶ୍ଚିତ ରୂପେ ସ୍ୱତନ୍ତ୍ର ଧରଣର ସପିଙ୍ଗ ଅନୁଭୂତି ପ୍ରଦାନ କରିବ ।
ବିଗତ ବର୍ଷଗୁଡ଼ିକରେ ରିଲାଏନ୍ସ ଜୁଏଲସ୍ ବ୍ୟାପକ ବର୍ଗର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିଛି । ଗ୍ରାହକଙ୍କ ପାଖରେ ପହଂଚିବା ଏବଂ ଅଭିନବ ଗହଣା ଉପରେ ସର୍ବାଧିକ ଗୁରୁତ୍ୱାରୋପ କରି, ରିଲାଏନ୍ସ ଜୁଏଲସ ଏହାର ପରିସୀମାକୁ ବଢ଼ାଇଛି । ସ୍ୱତନ୍ତ୍ର ଷ୍ଟୋର୍ ଏବଂ ସପ ଇନ୍ ସପ୍ (ଏସଆଇଏସ) ଫର୍ମାଟରେ ଉପଲବ୍ଧ ହେଉଥିବା ରିଲାଏନ୍ସ ଜୁଏଲସ ଏବେ ସାରା ଦେଶର ୫୮ଟି ସହରରେ ୬୮ଟି ସୋ’ରୁମ ଏବଂ ୫୦ ଏସଆଇଏସ ଜରିଆରେ ଏହାର ସ୍ଥିତିକୁ ସୁଦୃଢ଼ କରିଛି ।
ରିଲାଏନ୍ସ ଜୁଏଲସ ପକ୍ଷରୁ ରାଉରକେଲାର ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଉଦଘାଟନୀ ଅଫର ଉନ୍ମୋଚନ କରାଯାଇଛି ଯେଉଁଥିରେ ସୁନା ଓ ହୀରାର ଗଢା ମୂଲ୍ୟ ଉପରେ ୧୦୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି ଏବଂ ୨୦୧୯ ଫେବ୍ରୁଆରି ୩ ପର୍ଯ୍ୟନ୍ତ ପ୍ରଥମ ୧୦୦ ଜଣ ଗ୍ରାହକ ସୁନା କଏନ ଜିତିପାରିବେ ।