ପ୍ରଥମେ ମାଗଣା ଓ ପରେ ଶସ୍ତା ଅଫର୍ ପ୍ରଦାନ କରି ଟେଲିକମ ଜଗତରେ ହଇଚଇ ସୃଷ୍ଟିକରିଥିବା ରିଲାଏନ୍ସ ଜିଓ ନିଜର ଉଭୟ ପ୍ରିପେଡ୍ ଏବଂ ପୋଷ୍ଟପେଡ ଯୋଜନାରେ କରିଛି ବଡ଼ ଧରଣର ପରିବର୍ତ୍ତନ। ଯାହାଦ୍ୱାରା ଜିଓର ଅଧିକାଂଶ ପ୍ଲାନକୁ ତାର ତାଲିକାରୁ ହଟାଇ ଦେବା ସହିତ କିଛି ନୂଆ ପ୍ଲାନକୁ ଯୋଡା ଯାଇଛି। ଜିଓର ୩୦୯ ଟଙ୍କିଆ ଯୋଜନାକୁ ଏବେ ହଟାଇ ଦିଆଯାଇ, ତା ଜାଗାରେ ବ୍ୟବହାରକାରୀଙ୍କୁ ମିଳିବ ୫୬ ଦିନ ପାଇଁ ୧ଜିବି ଡାଟା ପ୍ରତିଦିନ ହିସାବରେ। ତେଣୁ ଏଭଳି ପରିସ୍ଥିତିରେ ଯଦି ବ୍ୟବହାରକାରୀ ୧ ଜିବି ଡାଟା ପ୍ରତିଦିନ ବାବାଦକୁ ରିଚାର୍ଜ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଗ୍ରାହକଙ୍କୁ ୩୯୯ ଟଙ୍କା ରିଚାର୍ଜ କରିବାକୁ ପଡିବ। ଏଥିସହିତ ପ୍ରତିଦିନ ଏହି ଡାଟାର ଲିମିଟ୍ ଶେଷ ହେବା ପରେ ବ୍ୟବହାରକରୀଙ୍କୁ ୧୨୮ ବଦଳରେ ୬୪ କେବିପିଏସ ସ୍ପିଡ ମିଳିବ।
Sambad is now on WhatsApp
Join and get latest news updates delivered to you via WhatsApp
ଜିଓର ନୂଆ ପୋଷ୍ଟପେଡ ଯୋଜନା ମୁତାବତ ବୈଧତା ୩୦ ଦିନ ଯାଏଁ ରଖାଯାଇଛ। ଏହାପୂର୍ବରୁ କଂପାନୀ ଅତିରିକ୍ତ ୩ମାସ ପର୍ଯ୍ୟନ୍ତ ମଧ୍ୟ ବୈଧତା ଦେଉଥିଲା। ଏହାବ୍ୟତୀତ ପ୍ରତ୍ୟେକ ପୋଷ୍ଟପେଡ ଯୋଜନା ପାଇଁ ବ୍ୟବହାରକାରୀଙ୍କଠାରୁ ସିକ୍ୟୁରିଟି ଡିପୋଜିଟ୍ ମଧ୍ୟ ଦେବାକୁ ପଡ଼ିବ।
୩୦୯ ଟଙ୍କିଆ ଯୋଜନାରେ ବ୍ୟବହାରକାରୀଙ୍କୁ ୩୦ ଜିବି ଡାଟା ୧ଜିବି ଡାଟା ପ୍ରତିଦିନ ବାବଦକୁ ମିଳିବ। ଏଥିସହିତ ଅସୀମ କଲିଂର ସୁବିଧା ମଧ୍ୟ ରହିଛି । ତେବେ ଏହି ଯୋଜନା ପାଇଁ ଗ୍ରାହକଙ୍କୁ ଦେବାକୁ ପଡିବ ସିକ୍ୟୁରିଟି ବାବଦକୁ ଦେବାକୁ ପଡିବ ୪୦୦ ଟଙ୍କା।
୪୦୯ ଟଙ୍କିଆ ଯୋଜନା ପାଇଁ ବ୍ୟବହାରକାରୀଙ୍କୁ ୫୦୦ ଟଙ୍କାର ଜମା ଦେବାକୁ ପଡିବ। ଏଥିରେ ୨୦ ଜିବି ଡାଟା ଉପଲବ୍ଧ। ଏଥିରେ କୌଣସି ପ୍ରକାରର ଅବଦ୍ଧି ନାହିଁ।
୫୦୯ ଟଙ୍କିଆ ଯୋଜନା ପାଇଁ ବ୍ୟବହାରକାରୀଙ୍କୁ ୬୦୦ ଟଙ୍କାର ଡିପୋଜିଟ୍ କରିବାକୁ ପଡ଼ିବ। ଏଥିରେ ୬୦ ଜିବି ଡାଟା ଉପଲବ୍ଧ। ବ୍ୟବହରକାରୀ ପ୍ରତିଦିନ ୨ ଜିବି ଡାଟା ୪ଜି ସ୍ପିଡରେ ବ୍ୟବହାର କରିପାରିବେ।
୭୦୦ଟଙ୍କିଆ ଯୋଜନାରେ ବ୍ୟବହାରକାରୀଙ୍କୁ ୯୦ ଜିବି ଡାଟା ୩ଜିବି ଡାଟା ପ୍ରତିଦିନ ବାବଦକୁ ଉପଲବ୍ଧ ।ଏଥିସହିତ ଆସୀମ କଲିଂର ସୁବିଧା ମଧ୍ୟ ରହିଛି । ତେବେ ଏହି ଯୋଜନା ପାଇଁ ୯୫୦ଟଙ୍କା ସିକ୍ୟୁରିଟି ଆଧାରରେ ଗ୍ରାହକଙ୍କୁ ଜମା କରିବାକୁ ପଡ଼ିବ।
ସେହିପରି ୯୯୯ ଟଙ୍କିଆ ଯୋଜନାରେ ବ୍ୟବହାରକାରୀଙ୍କୁ ମିଳିବ ୬୦ ଜିବି ଡାଟା। ଏଥିରେ କୌଣସି ବି ଡେଲି ଲିମିଟ୍ ରଖାଯାଇନାହିଁ। ଏହି ଯୋଜନା ପାଇଁ ଗ୍ରାହକଙ୍କୁ ସିକ୍ୟୁରିଟି ଜମା ବାବଦକୁ ଦେବାକୁ ପଡିବ ୧୧୫୦ ଟଙ୍କା।
ଜିଓର ପ୍ରିପେଡ୍ ପ୍ଲାନ
୩୯୯ ଟଙ୍କିଆ ପ୍ଲାନରେ ରହିଛ ପ୍ରତିଦିନ ହିସାବରେ ୭୦ ଦିନ ପର୍ଯ୍ୟନ୍ତ ୧ଜିବି ଡାଟା। ଏଥିସହିତ ଅସୀମ କଲ, ଏସଏମଏସ ଏବଂ ଜିଓ ଆପ ବ୍ୟବହାର କରିବାର ସୁବିଧା।
୪୫୯ ଟଙ୍କିଆ ଯୋଜନା ରହିଛି ବ୍ୟବହାରକାରୀଙ୍କୁ ୮୪ ଦିନ ବୈଧତା ସହିତ ୧ ଜିବି ଡାଟା ପ୍ରତିଦିନ ବାବଦକୁ ମିଳୁଛି। ଏଥିସହିତ ଅମୀସ କଲ, ଏସଏମଏସ ଏବଂ ଜିଓ ଆପର ବ୍ୟବହାର କରିବାର ସୁବିଧା।
୫୦୯ ଟଙ୍କିଆ ପ୍ଲାନରେ ୪୯ ଦିନର ବୈଧତା ରହିଛି। ଏଥିରେ ୟୁଜର୍ସ ୨ ଜିବି ଡାଟା ପ୍ରତିଦିନ ୪ଜି ସ୍ପିଡରେ ବ୍ୟବହାର କରିପାରିବେ। ଅର୍ଥାତ ଏଥିରେ ୯୮ ଜିବି ଡାଟା ଉପଲବ୍ଧ।
୯୯୯ ଟଙ୍କାର ଯୋଜନାରେ ଆଧାରରେ ବିନା କୌଣସି ଡେଲି ଲିମିଟ ବାବଦକୁ ୬୦ ଜିବି ଡାଟା ଉପଲବ୍ଧ। ଯାହାର ବୈଧତା ରହିଛି ୯୦ଦିନ।
ସେହିପରି ୧,୯୯୯ଟଙ୍କିଆ ଯୋଜନାରେ ମିଳୁଛି ବିନା କୌଣସି ଡେଲି ଲିମିଟ୍ ସହ ୧୨୫ ଜିବି ଡାଟା ଏବଂ ଏହାର ବୈଧତା ରହିଛି ୧୮୦ଦିନ।
ଜିଓର ୪,୯୯୯ ଟଙ୍କିଆ ପ୍ଲାନରେ ମିଳୁଛି ବିନା ଡେଲି ଲିମିଟର ୩୫୦ ଜିବି ଡାଟା ଏବଂ ଏହି ପ୍ଲାନର ସମୟସୀମା ରହିଛି ୩୬୦ଦିନ।