‘୨୦୨୦ ହାପି ନିଉ ଇୟର’ ଅଫର ଆଣିଲା ଜିଓ: ୨୦୨୦ଟଙ୍କା ରିଚାର୍ଜ କରନ୍ତୁ, ୧୨ ମାସ ପର୍ଯ୍ୟନ୍ତ ଡାଟା ଓ ଭଏସ କଲର ଲାଭ ଉଠାଇବା ସହ ଜିତନ୍ତୁ ଜିଓଫୋନ

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଦିନ ପରେ ସାରା ଦେଶ ୨୦୨୦ବର୍ଷକୁ ସ୍ବାଗତ କରିବାକୁ ଯାଉଛି। ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ଲୋକେ ନିଜ ନିଜର ଯୋଜନା ପ୍ରସ୍ତୁତ କରିଥିବା ବେଳେ ଏବେ ଟେଲିକମ କମ୍ପାନି ଜିଓ ନିଜ ଗ୍ରାହକମାନଙ୍କ ପାଇଁ ସ୍ବତନ୍ତ୍ର ଅଫର ଆଣିଛି। ଅଫରର ନାଁ ‘୨୦୨୦ ହାପି ନିଉ ଇୟର’ ରହିଥିବା ବେଳେ ଜିଓ ବ୍ୟବହାରକାରୀମାନେ ୨୦୨୦ଟଙ୍କା ରିଚାର୍ଜ କରି ଅନେକ ଲାଭ ଉଠାଇ ପାରିବେ।

ଏହି ଅଫର ଚାଲୁ କରିବା ପରେ ବ୍ୟବହାରକାରୀଙ୍କୁ ୧୨ମାସ ପର୍ଯ୍ୟନ୍ତ ଅସୀମିତ ଭଏସ୍ କଲ୍, ପ୍ରତିଦିନ ୧.୫ଜିବି ଡାଟା ଓ ମାଗଣା ମେସେଜ କରିବାର ସୁବିଧା ମିଳିବ। ଏହା ସହ ଏହି ଅଫର ମାଧ୍ୟମରେ ବ୍ୟବହାରକାରୀ ଏକ ଜିଓ ଫୋନ ମଧ୍ୟ ଜିତି ପାରିବେ ବୋଲି ଜଣାପଡ଼ିଛି। ଡିସେମ୍ବର ୨୪,୨୦୧୯ପରଠାରୁ ବ୍ୟବହାରକାରୀ ଏହି ଅଫରର ଲାଭ ଉଠାଇବା ଆରମ୍ଭ କରି ପାରିବେ।

Image result for Reliance Jio announces ‘2020 Happy New Year Offer
Amar Ujala

ସୂଚନା ମୁତାବକ,  ଜିଓର ଏହି ଅଫରର ଫାଇଦା ଉଭୟ ସ୍ମାର୍ଟଫୋନ ଓ ଜିଓଫୋନ ବ୍ୟବହାରକାରୀ ଉଠାଇ ପାରିବେ। ସ୍ମାର୍ଟଫୋନ ବ୍ୟବହାରକାରୀମାନେ ୨୦୨୦ଟଙ୍କା ରିଚାର୍ଜ କଲେ ସେମାନଙ୍କୁ ଅସୀମିତ ଭଏସ୍ କଲ ସହ ପ୍ରତିଦିନ ୧.୫ଜିବି ଡାଟା ମିଳିବ। ଏହା ସହ ଅନ୍ୟ ନମ୍ବରକୁ ମାଗଣାରେ ମେସେଜ ମଧ୍ୟ କରି ପାରିବେ। ଏହାର ବୈଧତା ୧୨ମାସ ପର୍ଯ୍ୟନ୍ତ ରହିବ।

ସେହିଭଳି ଭାବରେ ଜିଓଫୋନ ବ୍ୟବହାରକାରୀମାନେ ୨୦୨୦ଟଙ୍କା ରିଚାର୍ଜ କରିବା ପରେ ସେମାନଙ୍କୁ ଜିଓଫୋନ ମିଳିବା ସହ ଅସୀମିତ ଭଏସ କଲ୍ କରିବାର ସୁବିଧା ମିଳିବ। ପ୍ରତିଦିନ ୦.୫ ଜିବି ଡାଟା ମିଳିବା ସହ ବିଭିନ୍ନ ନମ୍ବରକୁ ମାଗଣାରେ ମେସେଜ ମଧ୍ୟ ପଠାଇ ପାରିବେ। ଏହାର ବୈଧତା ମଧ୍ୟ ୧୨ମାସ ପର୍ଯ୍ୟନ୍ତ ରହିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର