ଜିଓ ସେଲିବ୍ରେସନ୍‌ ପ୍ୟାକ୍‌: ବ୍ୟବହାରକାରୀଙ୍କୁ ମିଳୁଛି ୧୦ଜିବି ମାଗଣା ଡାଟା, ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିଜର ଯୋଜନା ଜରିଆରେ ପ୍ରତିଦ୍ୱନ୍ଦୀ କମ୍ପାନିକୁ ଲଗାତାର ଝଟକା ଦେଇ ଆସୁଛି। ଏବେ କମ୍ପାନି ଜିଓ ସେଲିବ୍ରେସନ୍‌ ପ୍ୟାକ୍‌କୁ ପୁଣି ଥରେ ଆଣିଛି। ଏହା ଜରିଆରେ ଜିଓ ନିଜର ବ୍ୟବହାରକାରୀଙ୍କୁ ମାଗଣାରେ ଅତିରିକ୍ତ ଡାଟା ଦେଉଛି। ଖାସ୍‌ କଥାଟି ହେଉଛି କି, ବ୍ୟବହାରକାରୀଙ୍କୁ ମିଳୁଥିବା ଅତିରିକ୍ତ ଡାଟାର ବ୍ୟବହାର ପ୍ରଥମେ ହେବ ତା’ପରେ ତାଙ୍କର ବର୍ତ୍ତମାନ ପ୍ୟାକ୍‌ର ଡାଟାର ହେବ।

ଜିଓ ସେଲିବ୍ରେସନ୍‌ ପ୍ୟାକ୍‌ ଜରିଆରେ ବ୍ୟବହାରକାରୀଙ୍କୁ ପାଞ୍ଚଦିନ ପାଇଁ ପ୍ରତିଦିନ ୨ଜିବି ଡାଟା ଅତିରିକ୍ତ ଭାବେ ଦିଆଯାଉଛି। ଏଭଳି ଭାବେ ବ୍ୟବହାରକାରୀ ନିଜ ପ୍ଲାନ୍‌ରେ ଅଲଗା ଭାବେ ୧୦ଜିବି ଡାଟାର ଅତିରିକ୍ତ ଲାଭ ଉଠାଇ ପାରିବେ। ଉଦାହରଣ ସ୍ୱରୁପ, ଯଦି ଆପଣ ୩୯୯ଟଙ୍କାର ପ୍ଲାନ୍‌ର ବ୍ୟବହାର କରୁଛନ୍ତି, ସେଥିରେ ୧.୫ଜିବି ଡାଟା ପ୍ରତଦିନ ମିଳିଥାଏ। ଏମିତିରେ ଜିଓ ସେଲିବ୍ରେସନ୍‌ ପ୍ୟାକ୍‌ ଜରିଆରେ ଆପଣ ଗୋଟିଏ ଦିନରେ ୩.୫ଜିବି ଡାଟା ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ।

ଯଦି ଆପଣ ବି ଜିଓ ସେଲିବ୍ରେସନ୍‌ର ଫାଇଦା ମିଳିବ କି ନାହିଁ ଜାଣିବା ପାଇଁ ଚାହୁଁଛନ୍ତି ତେବେ ମାଇ ଜିଓ ଆପ୍‌ରେ ଯିବାକୁ ପଡ଼ିବ। ଏହାପରେ ଟପ୍‌ ଲେପ୍ଟ କର୍ନରରେ ଦିଆଯାଇଥିବା ମେନ୍ୟୁରେ କ୍ଲିକ୍‌ କରନ୍ତୁ। ଏଠାରୁ ଆପଣଙ୍କ ମାଇ ପ୍ଲାନ୍‌ସରେ ଯିବାକୁ ପଡ଼ିବ। ଏହା ଉପରେ କ୍ଲିକ୍‌ କରିବା ପରେ ଆପଣଙ୍କୁ ବର୍ତ୍ତମାନ ପ୍ଲାନ୍‌ର ସମ୍ପୂର୍ଣ୍ଣ ସୂଚନା ମିଳିଯିବ। ଏଠାରେ ଆପଣଙ୍କୁ ଜିଓ ସେଲିବ୍ରେସନ୍‌ ଲେଖିଥିବା ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର