ମୁମ୍ବାଇ: ଭାରତୀୟ ଟେଲିକମ୍ କଂପାନି ରିଲାଏନ୍ସ ଜିଓ ପୁଣିଥରେ ନିଜର ଗ୍ରାହକଙ୍କ ଖୁସିକୁ ଆଖିଆଗରେ ରଖି ଟାରିଫ୍ ପ୍ଲାନ୍କୁ ଅପ୍ଡେଟ୍ କରିଛି। ଏଥିସହିତ ଗତ ୧୫ ଦିନ ମଧ୍ୟରେ ଏହା ହେଉଛି କଂପାନି ପକ୍ଷରୁ ତୃତୀୟ ଥର ପାଇଁ ବଦଳାଯାଇଥିବା ନୂତନ ଟାରିଫ୍ ପ୍ଲାନ୍। ତେବେ, ଏନେଇ ରିଲାଏନ୍ସ ଜିଓର ଅଫିସିଆଲ୍ େଓ୍ଵବ୍ସାଇଟ୍ ଜିଓ.କମ୍ରେ ଏହାକୁ ନେଇ ନୂତନ ଅପ୍ଡେଟ୍ ସହିତ ଟାରିଫ୍ ପ୍ଲାନ୍କୁ ମଧ୍ୟ ଜାରି କରାଯାଇଛି।
ସୂଚନା ମୁତାବକ, ପୂର୍ବରୁ ଏନେଇ ଦୀପାବଳି ଅବସରରେ କଂପାନି ନିଜର ଅପ୍ଡେଟ୍ ମାଧ୍ୟମରେ ୧୯ ଟଙ୍କା, ୩୦୯ଟଙ୍କା ସମେତ ଅନେକ ପ୍ଲାନ୍କୁ ବନ୍ଦ କରିଦେଇଥିଲା। ହେଲେ, ଏବେ ପୁନଶ୍ଚ ଉକ୍ତ ପ୍ଲାନ୍ ଗୁଡ଼ିକ ଆସିଥିବାବେଳେ, ୭୯୯ ଟଙ୍କାର ଏକ ନୂତନ ପ୍ଲାନ୍କୁ ମଧ୍ୟ କଂପାନି ପକ୍ଷରୁ ଲଞ୍ଚ୍ କରାଯାଇଛି। ଏଥିସହିତ ଉପଭୋକ୍ତାଙ୍କ ଲାଗି କଂପାନି ୧୦୦୦ଟଙ୍କାରୁ କମ୍ ଟଙ୍କାବାଲା ପ୍ଲାନ୍ର ରିଚାର୍ଜରେ ପ୍ରତ୍ୟେକ ଦିନ ୩ଜିବି ଡାଟା ଦେଉଅଛି। ଯେଉଁଥିରେ କି ୭୯୯ ଟଙ୍କାର ରିଚାର୍ଜରେ ଉପଭୋକ୍ତାଙ୍କୁ ପ୍ରତ୍ୟେକ ଦିନ ୩ଜିବି ଡାଟା ସହିତ ମାଗଣା ଅସୀମିତ କଲିଙ୍ଗ୍ ସେବା ଓ ଜିଓ ଆପ୍ସ ସବ୍ସ୍କି୍ରପ୍ସନ୍ର ସୁବିଧା ମିଳିବ। ଯାହାର ବୈଧତା ୨୮ ଦିନ ଅଟେ। ଏତଦ୍ବ୍ୟତୀତ ୩୦୯ଟଙ୍କାର ରିଚାର୍ଜ ପ୍ଲାନ୍ରେ ଉପଭୋକ୍ତାଙ୍କୁ ୪୯ ଦିନର ବୈଧତା ସହିତ ୪୯ଜିବିର ଡାଟା ମିଳିବ। ଯେଉଁଥିରେ କି ଅସୀମିତ କଲିଙ୍ଗ୍ ସେବା ସାଙ୍ଗକୁ ଜିଓ ଆପ୍ସ ସବ୍ସ୍କ୍ରିପ୍ସନ୍ ମଧ୍ୟ କରିପାରିବେ ଉପଭୋକ୍ତା!