ଜିଓ ପ୍ରଭାବ: ଏୟାରଟେଲ ବଦଳାଇଲା ୯୯ ଟଙ୍କିଆ ପ୍ଲାନ୍, ଏବେ ଗ୍ରାହକ ପାଇବେ ଅଧିକ ଡାଟା

ନୁଆଦିଲ୍ଳୀ: ରିଲାଏନ୍‌ସ ଜିଓର ମୁକାବିଲା କରିବା ପାଇଁ ଏୟାରଟେଲ ତାର ୯୯ ଟଙ୍କିଆ ପ୍ଲାନରେ ପରିବର୍ତ୍ତନ ଆଣିଛି । ଏବେ ଏହି ପ୍ଲାନରେ ୨୮ ଦିନର ଭାଲିଡିଟି ସହ ପ୍ରତିଦିନ ୨ଜିବିର ଡାଟା ମିଳିବ । ପ୍ରଥମେ ଏହି ପ୍ଲାନରେ କେବଳ ୧ ଜିବିର ଡାଟା ମିଲୁଥିଲା । ଏୟାରଟେଲର ଏହି ପ୍ଲାନ ଭଳି ଜିଓ ପାଖରେ ମଧ୍ୟ ୯୮ ଟଙ୍କିଆ ପ୍ଲାନ ଅଛି, ଏଥିରେ ଗ୍ରାହକଙ୍କୁ ୨୮ ଦିନ ପାଇଁ ଅସୀମିତ କଲ୍‌ ସହ ୩୦୦ ଏସ୍‌ଏମ୍‌ସ ଓ ୨ଜିବିର ୪ ଜିବି ଡାଟା ମିଳୁଛି ।

Trak.in

ଟେଲିକମ୍‌ ଟ୍ରାକରର ରିପୋର୍ଟ ଅନୁସାରେ, ଏୟାରଟେଲ ନିଜର ୯୯ ଟଙ୍କିଆ ପ୍ଲାନର ଅପଡେଟ କରିଛି । ଏଥିରେ ପୂରା ଭାଲିଡିଟି ସହ ୨ଜିବିର ଡାଟା ମଳୁଛି । ସାଥିରେ ଅନଲିମିଟେଡ ଲୋକାଲ, ଏସଟିଡି, ରୋମିଂଗ କଲ ସହ ୧୦୦ ଏସ୍‌ଏମ୍‌ସର ଫାଇଦା ପାଇ ପାରିବେ ଗ୍ରାହକ । ସବୁଠାରୁ ବଡ଼ କଥା ହେଲା ଜିଓ ଓ ଏୟାରଟେଲ ଏହି ପ୍ଲାନରେ କଲିଂଗକୁ ନେଇକି କୌଣସି ବୈଧତା ରଖି ନାହାନ୍ତି ।

ଏୟାରଟେଲ ନିକଟରେ ୫୫୮ ଟଙ୍କିଆ ପ୍ଲାନ ଲଞ୍ଚ କରିଥିଲା । ଏହି ପ୍ଲାନରେ ଗ୍ରାହକ ପ୍ରତିଦିନ ୩ ଜିବିର ଡାଟା ପାଉଛନ୍ତି, ଏହାର ବୈଧତା ୮୨ ଦିନ । ଏହାର ଅର୍ଥ ଆପଣଙ୍କୁ ୫୫୮ ଟଙ୍କାରେ ମୋଟ ୨୪୬ ଜିବି ଡାଟା ମଳିବ । ଯାହା ଅନ୍ୟ ଟେଲିକମ ସଂସ୍ଥା ଠାରୁ ବହୁତ ଶସ୍ତା ଅଟେ।

ସମ୍ବନ୍ଧିତ ଖବର